ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଦେଶରେ ୨୨ ଲକ୍ଷ ଦକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି। ଗୁରୁବାର ଦିନ ସେ, ଲୋକସଭାରେ କହିଥିଲେ ଯେ, ଉପଯୁକ୍ତ ତାଲିମ ସୁବିଧା ଅଭାବରୁ ଅନେକ ଦୁର୍ଘଟଣା ଘଟୁଛି।
ପ୍ରଶ୍ନକାଳରେ ଗଡକରୀ କହିଥିଲେ, କେନ୍ଦ୍ର ସରକାର ଡ୍ରାଇଭରମାନଙ୍କ ପାଇଁ ତାଲିମ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ୪୫୦୦ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଭାରତରେ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି। ଦେଶରେ ଉପଯୁକ୍ତ ଡ୍ରାଇଭିଂ ତାଲିମ ସୁବିଧାର ମଧ୍ୟ ଅଭାବ ଅଛି, ଯାହା ଫଳରେ ଅନେକ ଦୁର୍ଘଟଣା ଏବଂ ମୃତ୍ୟୁ ଘଟୁଛି।
📍नई दिल्ली | लोक सभा
— Office Of Nitin Gadkari (@OfficeOfNG) April 3, 2025
सांसद श्री @RajeevRai जी द्वारा उत्तर प्रदेश में ड्राइविंग ट्रेनिंग सेंटर और चालकों के लिए ड्राइविंग समय सीमा के संबंध में पूछे गए प्रश्न का केंद्रीय मंत्री श्री @nitin_gadkari जी द्वारा उत्तर। #QuestionHour#LokSabha#BudgetSession2025pic.twitter.com/k2ZBHkrgAY
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଡ୍ରାଇଭିଂ ତାଲିମ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ ଏକ ଯୋଜନା ଆରମ୍ଭ କରିଛି। ଯାହା ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତିଷ୍ଠାନ ସ୍ଥାପନ କରାଯିବ।
ଅଧିକ ପଢ଼ନ୍ତୁ: ଚୀନ୍ ସହିତ କେକ୍ କାଟିଲେ, ଟ୍ରମ୍ପ୍ ଶୁଳ୍କ ଦେଶର ଅର୍ଥନୀତିକୁ ନଷ୍ଟ କରିଦେବ: ରାହୁଲ
କ୍ଲଷ୍ଟର ପଦ୍ଧତି ସମେତ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ୍ ରିସର୍ଚ୍ଚ (ଅଇଡିଟିଆର), ଆଞ୍ଚଳିକ ଡ୍ରାଇଭିଂ ତାଲିମ କେନ୍ଦ୍ର (ଆରଡିଟିସି) ଏବଂ ଡ୍ରାଇଭିଂ ତାଲିମ କେନ୍ଦ୍ର (ଡିଟିସି) ସ୍ଥାପନ ପାଇଁ ଉପଯୁକ୍ତ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରାଯାଇଛି।
ମନ୍ତ୍ରୀ କହିଛନ୍ତି ଯେ, ପ୍ରତିବର୍ଷ ପ୍ରାୟ ୧.୮ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଭଲଭାବେ ଡ୍ରାଇଭିଂ ଜାଣି ନଥିବା ଡ୍ରାଇଭରଙ୍କ ଯୋଗୁ ମୃତ୍ୟୁବରଣ କରିଥାନ୍ତି।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଲାଲୁ ହୋଇପାରେ ଅସ୍ତ୍ରୋପଚାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/03/qweyyZKlQoV57MlMtRiR.jpeg)