ପଞ୍ଜାବ ସୀମାନ୍ତରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ଚାଳନା; ପାକିସ୍ତାନ ନିର୍ମିତ ୧୧ ଗ୍ରେନେଡ୍‌ ଜବତ

Advertisment
ପଞ୍ଜାବ ସୀମାନ୍ତରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ଚାଳନା; ପାକିସ୍ତାନ ନିର୍ମିତ ୧୧ ଗ୍ରେନେଡ୍‌ ଜବତ

Image Courtesy of Hindustan Times

ନୂଆଦିଲ୍ଲୀ: ପାକିସ୍ତାନ ସୀମା ଅଞ୍ଚଳ ପଞ୍ଜାବର ଗୁରଦାସପୁର ଜିଲ୍ଲାରୁ ନିରାପତ୍ତା ବଳ ୧୧ଟି ‘ହ୍ୟାଣ୍ଡ୍‌ ଗ୍ରେନେଡ୍‌’ ଜବତ କରିଛନ୍ତି। ଏଗୁଡ଼ିକ ପାକିସ୍ତାନ ପଟୁ ଉଡ଼ି ଆସିଥିବା ଏକ ଡ୍ରୋନ୍‌ରୁ ପକାଯାଇଛି ବୋଲି ସନ୍ଦେହ କରାଯାଉଥିବା କଥା ସୋମବାର ଦିନ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସେନାବାହିନୀ ଲାଗି ପାକିସ୍ତାନର ରାଓ୍ଵଲପିଣ୍ଡିରେ ଅବସ୍ଥିତ ଏକ ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କାରଖାନାରେ ଏସବୁ ନିର୍ମିତ ବୋଲି ଅନୁମାନ କରାଯାଉଛି।

‘ଅର୍ଗେସ୍‌ ଟାଇପ୍‌ ଜିଏଚ୍‌-୮୪’ ସିରିଜ୍‌ର ଏହି ଗ୍ରେନେଡ୍‌ ସବୁ ଏକ ପ୍ଲାଷ୍ଟିକ୍‌ ବକ୍ସ୍‍ରେ ଭର୍ତ୍ତି ହୋଇଥିଲା। ଆତଙ୍କବାଦୀମାନଙ୍କ ପାଇଁ ଦେଶ ମଧ୍ୟକୁ ଗୁପ୍ତରେ ଆସୁଥିବା ଅସ୍ତ୍ରଶସ୍ତ୍ର ଧରାପଡ଼ିବାରେ ଏହା ହେଉଛି ଗତ ୧୫ ମାସ ମଧ୍ୟରେ ଅଷ୍ଟମ ଘଟଣା ବୋଲି ବରିଷ୍ଠ ପୁଲିସ ଅଧିକାରୀଜଣକ କହିଛନ୍ତି।

publive-image Image Courtesy of News18

ରବିବାର ସକାଳେ ତଲାସ ଅଭିଯାନ ବେଳେ ଏହି ୧୧ଟି ଗ୍ରେନେଡ୍‌ ଥିବା ପ୍ୟାକେଟ୍‌ ପୁଲିସ ପାଇଥିଲେ। ଗୁରଦାସପୁରର ଦୋରଙ୍ଗଲା ଅଞ୍ଚଳ ସଲଚ ଗାଁର ଧୁସି ବନ୍ଧ ନିକଟରୁ ଏହି ଗ୍ରେନେଡ୍‌ ପ୍ୟାକେଟ୍‌ ମିଳିଥିଲା। କାଠ ଫ୍ରେମ୍‌ରେ ଥିବା ଏହି ପ୍ୟାକେଟ୍‌କୁ ‘ନାଇଲନ୍‌’ ଦଉଡ଼ି ଯୋଗେ ତଳକୁ ଖସାଯାଇଥିବା କଥା ବରିଷ୍ଠ ପୁଲିସ ଅଧିକାରୀଜଣକ କହିଛନ୍ତି।

ଶନିବାର ମଧ୍ୟରାତ୍ରୀର ଅଳ୍ପ ସମୟ ପୂର୍ବରୁ ଏକ ଡ୍ରୋନ୍‌ ଭାରତୀୟ ଅଞ୍ଚଳ ମଧ୍ୟକୁ ପ୍ରବେଶ କରୁଥିବା କଥା ଗୁରଦାସପୁର ସେକ୍ଟର୍‌ର ଚକ୍ରି ବର୍ଡର୍‌ ଆଉଟ୍‌ପୋଷ୍ଟ୍‍ରେ ମୁତୟନ ହୋଇଥିବା ବର୍ଡର୍‌ ସିକ୍ୟୁରିଟି ଫୋର୍ସର ଯବାନମାନେ ଦେଖିଥିଲେ। ସେମାନେ ତୁରନ୍ତ ପଞ୍ଜାବ ପୁଲିସକୁ ଏ ପ୍ରସଙ୍ଗରେ ସୂଚନା ଦେଇଥିଲେ। ଯବାନ ଏବଂ ପରେ ପଞ୍ଜାବ ପୁଲିସ ଅଧିକାରୀ ଉକ୍ତ ଡ୍ରୋନ୍‌କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ବି ତାହାକୁ ତଳକୁ ଖସାଇ ପାରି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe