କ’ଣ ମୋ ଛୁଆଙ୍କୁ ମାରି ପକାଇବି: ମହଙ୍ଗା ଯୋଗୁଁ ବ୍ୟତିବ୍ୟସ୍ତ ହୋଇ କହିଲେ ପାକିସ୍ତାନୀ ମହିଳା

Advertisment
କ’ଣ ମୋ ଛୁଆଙ୍କୁ ମାରି ପକାଇବି: ମହଙ୍ଗା ଯୋଗୁଁ ବ୍ୟତିବ୍ୟସ୍ତ ହୋଇ କହିଲେ ପାକିସ୍ତାନୀ ମହିଳା

Image Courtesy of NDTV

କରାଚୀ: ମୁଦ୍ରାସ୍ଫୀତି ଯୋଗୁଁ ଦେଶରେ ବିଶେଷ କରି କରାଚୀ ନଗରୀରେ ଔଷଧ, ତେଜରାତି ଏବଂ ବିଜୁଳି ଦର ଅତ୍ୟନ୍ତ ମହଙ୍ଗା ହୋଇଯାଇଥିବାରୁ ବ୍ୟତିବ୍ୟସ୍ତ ହୋଇ ଜଣେ ମହିଳା କହିଛନ୍ତି, ମୋ ପିଲାଙ୍କୁ ଖାଇବାକୁ ଦେବି ନା, ମାରି ପକାଇବି।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଉକ୍ତ ଭିଡିଓରେ ମହିଳାଜଣକ ଦେଶରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ଏବଂ ପିଏମ୍‌ଏଲ୍‌-ଏନ୍‌ ନେତା ମାରିୟାମ୍‌ ନୱାଜ୍‌ଙ୍କୁ ସମାଲୋଚନା କରିଛନ୍ତି। ଏହି ଭିଡିଓଟିକୁ ପାକିସ୍ତାନୀ ସାମ୍ବାଦିକ ହମିଦ୍‌ ମିର୍‌ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ।

‘ଦି ନିଉଜ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ରିପୋର୍ଟ ଅନୁସାରେ, ଭାଇରାରଲ୍‌ ହୋଇଥିବା ଉକ୍ତ ଭିଡିଓରେ କରାଚୀ ମହିଳାଜଣକ ସରକାରଙ୍କୁ ପଚାରୁଛନ୍ତି, କ’ଣ ପିଲାମାନଙ୍କୁ ଖାଇବାକୁ ନ ଦେଇ ମାରି ପକାଇବି?

publive-image Image Courtesy of Foreign Policy

କରାଚୀବାସିନୀ ରାବିୟା ନାମ୍ନୀ ସେ ମହିଳାଜଣକ ସମ୍ମୁଖୀନ ହେଉଥିବା ମୁଦ୍ରାସ୍ଫୀତିଜନିତ ଆର୍ଥିକ ସମସ୍ୟା ସଂକ୍ରାନ୍ତରେ କହି କାନ୍ଦି ପକାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ହେଉଥିବାରୁ ସେ କିପରି ଗୁଜରାଣ ମେଣ୍ଟାଇବେ ବୋଲି ସରକାରଙ୍କୁ ପଚାରିଛନ୍ତି।

‘ଦି ନିଉଜ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ରିପୋର୍ଟ ଅନୁସାରେ, ରାବିୟା ସରକାରଙ୍କୁ ପଚାରୁଛନ୍ତି: ଘରଭଡ଼ା, ମୋଟା ଅଙ୍କର ବିଜୁଳି ଭଡ଼ା, ଦୁଗ୍ଧ କିଣା, ଛୁଆଙ୍କ ପାଇଁ ଔଷଧପତ୍ର ପାଇଁ ଟଙ୍କା ଆଣିବି କେଉଁଠୁ? କ’ଣ ଛୁଆଙ୍କୁ ଖାଇବାକୁ ନ ଦେଇ ମାରିପକାଇବି?

ମହିଳାଙ୍କ ଭିଡିଓ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ମିଫ୍‌ତା ଇସ୍‌ମାଇଲ୍‌ କହିଛନ୍ତି, ସରକାର ଜୁନ୍‌ ମାସରୁ ବିଜୁଳି ଶୁଳ୍କ ବଢ଼ାଇ ନାହାନ୍ତି କି, ଔଷଧପତ୍ର ଉପରେ ନୂତନ ଟିକସ ବସାଇ ନାହାନ୍ତି।

କିନ୍ତୁ, ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନ ଘୋର ଆର୍ଥିକ ଏବଂ ରାଜନୈତିକ ସଙ୍କଟ ‌ଭିତରେ ଗତି କରୁଛି। ଏଥିପାଇଁ ବହୁ ଲୋକ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe