ପାଠ୍ୟପୁସ୍ତକରୁ ଗାନ୍ଧୀଜୀଙ୍କ ସମ୍ପର୍କରେ ଲେଖା ଗାଏବ୍‌ ! ଏନସିଇଆରଟି କହିଲା, ଆନୁପାତିକ ହାରକୁ ଦେଖି ଅଯଥାରେ ଉଡାଇ ଦିଆଯିବା ଉଚିତ ନୁହେଁ...

ପାଠ୍ୟପୁସ୍ତକରୁ ଗାନ୍ଧୀଜୀଙ୍କ ସମ୍ପର୍କରେ ଲେଖା ଗାଏବ୍‌ ! ଏନସିଇଆରଟି କହିଲା, ଆନୁପାତିକ ହାରକୁ ଦେଖି ଅଯଥାରେ ଉଡାଇ ଦିଆଯିବା ଉଚିତ ନୁହେଁ...

ନୂଆଦିଲ୍ଲୀ: ଏନ୍‌ସିଇଆରଟି ପାଠ୍ୟପୁସ୍ତକରୁ ବିନା ବିଜ୍ଞପ୍ତିରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ସଂକ୍ରାନ୍ତ କେତେକ ବିଷୟବସ୍ତୁକୁ ପାଠ୍ୟକ୍ରମରୁ ବାଦ୍‌ ଦିଆଯିବା ଘଟଣାକୁ କେନ୍ଦ୍ରକରି ବିବାଦ ଲାଗି ରହିଥିବା ବେଳେ ଏନ୍‌ସିଇଆରଟି ମୁଖ୍ୟ ଦୀନେଶ ସାକଲାନି ବୁଧବାର କହିଛନ୍ତି ଯେ ‘ଅଣଦେଖା’ କାରଣରୁ ଏପରି ଘଟିଛି। ଗତବର୍ଷ ଯୁକ୍ତିଯୁକ୍ତ ପ୍ରକ୍ରିୟାରେ ପାଠ୍ୟପୁସ୍ତକରୁ କିଛି ବିଷୟବସ୍ତୁକୁ ଉଚ୍ଛେଦ ପାଇଁ ଯେଉଁ ଘୋଷଣା କରାଯାଇ ଥିଲା; ସେଥିରେ ଉଚ୍ଛେଦ ହୋଇଯାଇଥିବା ଏ ସମସ୍ତ ବିଷୟବସ୍ତୁ ନଥିଲା।

ପାଠ୍ୟପୁସ୍ତକରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ କାଟି ଦିଆଯାଇଥିବା କଥା ଦୋହରାଇ ଶ୍ରୀ ସାକଲାନୀ କହିଛନ୍ତି ଯେ ପାଠ୍ୟପୁସ୍ତକର ବିଷୟବସ୍ତୁର ଅନୁପାତିକ ହାରକୁ ଦୃଷ୍ଟିରେ ରଖି ପାଠ୍ୟପୁସ୍ତକରୁ ବିଷୟବସ୍ତୁକୁ ଉଡ଼ାଇ ଦିଆଯିବା ଉଚିତ ନୁହେଁ। ତେବେ, ନୂତନ ପାଠ୍ୟପୁସ୍ତକରେ ହୋଇଥିବା ସମସ୍ତ ପରିବର୍ତ୍ତନ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସୂଚିତ କରାଯିବ ବୋଲି ସେ କହିଛନ୍ତି।

ଏନସିଇଆରଟିର ନୂତନ ପାଠ୍ୟପୁସ୍ତକ ବଜାରକୁ ଆସିବା ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ଗତବର୍ଷ ପାଠ୍ୟକ୍ରମରେ ପ୍ରଚଳିତ ଥିବା ପାଠ୍ୟପୁସ୍ତକ ତୁଳନାରେ ଚଳିତ ବର୍ଷର ପାଠ୍ୟପୁସ୍ତକରେ ଅନେକ ବିଷୟବସ୍ତୁ ଅନୁପସ୍ଥିତ ଥିବା ଦେଖିବାକୁ ମିଳିବା ପରେ ବିତର୍କର ସୂତ୍ରପାତ ହୋଇଥିଲା।

ଚଳିତ ନୂଆ ଶିକ୍ଷାବର୍ଷ ପାଇଁ ପ୍ରଚଳିତ ହୋଇଥିବା ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରେ

  • ‘ଗାନ୍ଧୀଜୀଙ୍କ ମୃତ୍ୟୁ ଦେଶର ସାମ୍ପ୍ରଦାୟିକ ପରିସ୍ଥିତି ଉପରେ ଯାଦୁକରୀ ପ୍ରଭାବ ପକାଇଥିଲା’...
  • ‘ଗାନ୍ଧୀଙ୍କ ହିନ୍ଦୁ-ମୁସଲମାନ ଏକତା ଅଭିଯାନ ହିନ୍ଦୁ ଉଗ୍ରବାଦୀଙ୍କୁ ଉତ୍ତେଜିତ କରିଥିଲା’ ଏବଂ
  • ‘ଆର୍‌ଏସ୍‌ଏସ୍‌ ଭଳି ସଂଗଠନକୁ କିଛି ସମୟ ପାଇଁ ନିଷିଦ୍ଧ କରାଯାଇଥିଲା’

ଆଦି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନୂତନ ପାଠ୍ୟପୁସ୍ତକରୁ ବାଦ୍‌ ଦିଆଯାଇଥିଲା; ଅଥବା ନୂତନ ପାଠ୍ୟପୁସ୍ତକରେ ନିଖୋଜ ଥିଲା।

‘ଏନ୍‌ସିଇଆରଟିର ବିଷୟ ବିଶେଷଜ୍ଞ ପ୍ୟାନେଲ ଗାନ୍ଧୀଙ୍କ ଉପରେ କିଛି ଲେଖାକୁ ପାଠ୍ୟ ପୁସ୍ତକରୁ ବାଦ୍‌ ଦେବାକୁ ସୁପାରିସ କରିଥିଲେ। ଗତବର୍ଷ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। ତେବେ, ଯୁକ୍ତିଯୁକ୍ତ ବିଷୟବସ୍ତୁ ତାଲିକାରେ ଏହାକୁ ଉଲ୍ଲେଖ କରାଯାଇ ନାହିଁ। ତଦାରଖ ଅଭାବ କାରଣରୁ ଏପରି ହୋଇପାରିଥାଏ। ତେବେ, ଏସବୁ ବିଷୟବସ୍ତୁକୁ ପାଠ୍ୟପୁସ୍ତକରୁ ଅଯଥାରେ ଉଡ଼ାଇ ଦିଆଯିବା ଉଚିତ ନୁହେଁ’ ବୋଲି ଣ୍ରୀ ସକଲାନି କହିଛନ୍ତି। ‘ପାଠ୍ୟପୁସ୍ତକରୁ ରାତାରାତି କିଛି ବାଦ୍‌ ଦିଆଯାଇପାରିବ ନାହିଁ। ଏଥିପାଇଁ ଉପଯୁକ୍ତ ପ୍ରକ୍ରିୟା ରହିଛି ଏବଂ ଏପରି କରିବାକୁ ହେଲେ ବୃତ୍ତିଗତ ନୈତିକତା ଅନୁସରଣ କରିବାକୁ ପଡ଼ିବ। ତେବେ, ଏହା ପଛରେ ଉଦ୍ଦେଶ୍ୟମୂଳକ ଭାବେ କିଛି କରା ଯାଇନାହିଁ’ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ‘ପାଠ୍ୟକ୍ରମ ଯୁକ୍ତିକରଣ’ ପ୍ରକ୍ରିୟାର ଏକ ଅଂଶ ଭାବରେ ଏନସିଇଆରଟି ଏହାର ପାଠ୍ୟପୁସ୍ତକରୁ ‘ଗୁଜରାଟ ଦଙ୍ଗା’, ‘ମୋଗଲ ଅଦାଲତ’, ‘ଜରୁରୀକାଳୀନ ପରିସ୍ଥିତି’, ‘ଶୀତଳ ଯୁଦ୍ଧ’, ‘ନକ୍ସଲ ଆନ୍ଦୋଳନ’ ଆଦି ବିଷୟକୁ ପାଠ୍ୟପୁସ୍ତକର ପାଠ୍ୟକ୍ରମରୁ ବାଦ୍‌ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ, ଏଥିରେ ଗାନ୍ଧୀଙ୍କ ବିଷୟରେ କୌଣସି ଅଂଶ ବିଷୟ ବାଦ ଦେବାକୁ ଉଲ୍ଲେଖ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe