ପୁଲିସ ସାମ୍ନାରେ ଗଜନୀ ଭଳି ନାଟକ କରି ଅଫତାପ କହୁଛି ଏଭଳି କଥା…

Advertisment
ପୁଲିସ ସାମ୍ନାରେ ଗଜନୀ ଭଳି ନାଟକ କରି ଅଫତାପ କହୁଛି ଏଭଳି କଥା…

ନୂଆଦିଲ୍ଲୀ : ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲାର ପଲିଗ୍ରାଫ୍‌ ଟେଷ୍ଟ୍‌ କରାଯାଇଛି। ପ୍ରାୟ ୮ ଘଣ୍ଟା‌ ପର୍ଯ୍ୟନ୍ତ ଅଫତାବର ପଲିଗ୍ରାଫ୍‌ ଟେଷ୍ଟ୍‌ କରାଯାଇଥିଲା, ଯେଉଁଥିରେ ପୁଲିସ ତାକୁ ୫୦ଟି ପ୍ରଶ୍ନ ପଚାରିଥିଲା।

ତେବେ ଅଫତାବ ପୁଲିସକୁ ସତ କଥା କହିବାକୁ ନାରାଜ ଅଛି। ସେ ପୁଲିସର କୌଣସି ପ୍ରଶ୍ନର ସିଧାସଳଖ ଉତ୍ତର ଦେଉନାହିଁ। କୁହାଯାଉଛି ବଲିଉଡ୍ ଫିଲ୍ମ ‘ଗଜନୀ’ ଭଳି ଅଫତାବ ଦିଲ୍ଲୀ ପୁଲିସକୁ ଚକମା ଦେବାକୁ ଚେଷ୍ଟା କରୁଛି। ପୁଲିସ ଆଗରେ ଅଫତାବ୍ କେତେବେଳେ ସବୁ କିଛି ଭୁଲିଯାଇଛି ବୋଲି କହିବା ସହିତ ବେଳେ ବେଳେ କିଛି ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଦେଉନାହିଁ । ଫଳରେ ପୁଲିସ ପଚାରିଥିବା ପ୍ରଶ୍ନର ଉତ୍ତର ଅଫତାବ କ’ଣ ଦେଉଛି କିଛି ବୁଝି ହେଉନାହିଁ।

ପ୍ରଥମେ ଅଫତାବ୍ ପୁଲିସ ଆଗରେ ଶ୍ରଦ୍ଧାକୁ ୩୫ ଖଣ୍ଡ କରି କାଟିଥିବା କହିଥିଲା ବେଳେ ରିମାଣ୍ଡ ସମୟରେ ସେ ଶ୍ରଦ୍ଧାକୁ ୧୪ ଖଣ୍ଡରେ କାଟିଥିବା କହିଥିଲା । ସେହିପରି ଅଫତାବ୍ ପୂରା ପ୍ଲାନ୍ ସହିତ ଶ୍ରଦ୍ଧାର ହତ୍ୟା କରିଥିବା ପୁଲିସକୁ କହିଥିବାବେଳେ, କୋର୍ଟରେ କିନ୍ତୁ ଏହାକୁ ହିଟ୍ ଅଫ୍ ଦ ମୋମେଣ୍ଟ କହିଥିଲା । ଯାହା ଏହି ମାମଲାକୁ ଅଧିକ ରୋଚକ କରିଦେଇଛି ।

ତେବେ ଗତ କିଛିଦିନର ତଦନ୍ତ ମଧ୍ୟରେ ପୁଲିସ ୫ଟି ଧାରୁଆ ଅସ୍ତ୍ର ଜବତ କରିଛି। ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ଏହି ଧାରୁ୍ଆ ଅସ୍ତ୍ର ସାହାଯ୍ୟରେ କାଟିଥିଲା ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଧାରୁଆ ଅସ୍ତ୍ରଗୁଡ଼ିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe