The Vice President, Shri M. Venkaiah Naidu giving away the Prime Minister Shram Awards, in New Delhi on February 26, 2018. The Minister of State for Labour and Employment (I/C), Shri Santosh Kumar Gangwar and other dignitaries are also seen.
ନୂଆଦିଲ୍ଲୀ : ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡ଼ୁ ସର୍ବଭାରତୀୟ ସ୍ତରରେ ମୋଟ ୩୩୮ ଜଣଙ୍କୁ ପୁରସ୍କୃତ କରିଛନ୍ତି। ଶ୍ରମରତ୍ନ, ଶ୍ରମଭୂଷଣ, ଶ୍ରମବୀର ଓ ଶ୍ରମଶ୍ରୀ ପରି ବର୍ଗରେ ପୁରସ୍କୃତ ହୋଇଥିବା ୩୩୮ ଜଣଙ୍କ ମଧ୍ୟରେ ୭୧ ଓଡ଼ିଆ ରହିଛନ୍ତି। ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଏସବୁ ପୁରସ୍କାରକୁ ଏକା ସଙ୍ଗରେ ପ୍ରଦାନ କରାଯାଇଥିଲା। ୨୦୧୬ ପାଇଁ ମର୍ଯ୍ୟାଦାଜନକ ଶ୍ରମରତ୍ନ ପୁରସ୍କାର ପାଇଁ କାହାକୁ ଚୟନ କରାଯାଇନଥିଲା। ଶ୍ରମରତ୍ନ ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା, ଶ୍ରମଭୂଷଣଙ୍କୁ ୧ ଲକ୍ଷ ଟଙ୍କା, ଶ୍ରମବୀରଙ୍କୁ ୬୦ ହଜାର ଟଙ୍କା ଓ ଶ୍ରମଶ୍ରୀଙ୍କୁ ୪୦ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ କାମକରୁଥିବା ଶ୍ରମଜୀବୀମାନଙ୍କୁ ଶ୍ରମ ପୁରସ୍କାର ପାଇଁ ଚୟନ କରାଯାଇଥିଲା।
Follow Us