Operation Sindoor : ଅପରେସନ ସିନ୍ଦୂରର ବୀର ବାଳକ

Advertisment

ଅପରେସନ ସିନ୍ଦୂର ସମୟରେ ଅଦମ୍ୟ ସାହସ ଦେଖାଇଥିବା ଜଣେ ବାଳକକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ତାକୁ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ କରାଯାଇଛି । ମାତ୍ର ୧୦ ବର୍ଷର ଏହି ବାଳକର ନାଁ ହେଉଛି ଶ୍ରବଣ ସିଂ ।

ଅପରେସନ ସିନ୍ଦୂର ସମୟରେ ଅଦମ୍ୟ ସାହସ ଦେଖାଇଥିବା ଜଣେ ବାଳକକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ତାକୁ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ କରାଯାଇଛି । ମାତ୍ର ୧୦ ବର୍ଷର ଏହି ବାଳକର ନାଁ ହେଉଛି ଶ୍ରବଣ ସିଂ ।

bal puraskar

Shravan Singh receiving Rastriya Bal Puraskar from President of India

Operation Sindoor : ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଗତ ମେ ମାସରେ ଭାରତ ଅପରେସନ ସିନ୍ଦୂର କରିଥିଲା । ଏହି ଅପରେସନ ମାଧ୍ୟମରେ ଭାରତୀୟ ସାମରିକ ବାହିନୀ କେବଳ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ବଂସ କରିନଥିଲା, ବରଂ ଆତଙ୍କବାଦୀମାନଙ୍କ ପୃଷ୍ଠପୋଷକ ପାକିସ୍ତାନ ସେନା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏହି ଲଢେଇରେ ଭାରତୀୟ ସାମରିକ ବାହିନୀର ଯୁଦ୍ଧକୌଶଳ ଓ ବୀରତ୍ବକୁ ସାରା ଦେଶରେ ପ୍ରସଂଶା କରାଯାଉଛି । କିନ୍ତୁ ଏହି ଯୁଦ୍ଧରେ ଅଦମ୍ୟ ସାହସ ଦେଖାଇଥିବା ଜଣେ ବାଳକକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ତାକୁ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ କରାଯାଇଛି । 

ଆହୁରି ପଢନ୍ତୁ :Air pollution: ବାୟା କରୁଛି ବାୟୁ ପ୍ରଦୂଷଣ: ଦିଲ୍ଲୀ ପରେ ଆକ୍ତାମାକ୍ତା ଉତ୍ତରପ୍ରଦେଶ, ସ୍କୁଲ ବନ୍ଦ ନିଷ୍ପତ୍ତି...

ମାତ୍ର ୧୦ ବର୍ଷର ଏହି ବାଳକର ନାଁ ହେଉଛି ଶ୍ରବଣ ସିଂ । ସେ ସୀମାରେ ଥିବା ପଞ୍ଜାବର ଫିରୋଜପୁରସ୍ଥିତ ମମଦୋଟର ବାସିନ୍ଦା। ଅପରେସନ ସିନ୍ଦୂର ସମୟରେ ସେ ଅତ୍ୟନ୍ତ ସାହସର ସହିତ ଯୁଦ୍ଧକ୍ଷେତ୍ରକୁ ଯାଇ ଭାରତୀୟ ସୈନିକମାନଙ୍କୁ ସାହାର୍ଯ୍ୟ କରିଥିଲା । ତେବେ ଏତେ ଛୋଟ ବାଳକଟି କିପରି ଭାରତୀୟ ସେନାକୁ ସାହାଯ୍ୟ କରିପାରିଲା ? ଏହାର ଉତ୍ତର ସେ ନିଜେ ଦେଇଛି । ସେ କହିଛି, ଯେତେବେଳେ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା, ସେତେବେଳେ ଭାରତୀୟ ସୈନିକମାନେ ଆମ ଗାଁକୁ ଆସିଥିଲେ । ମୁଁ ଭାବୁଥିଲି ସେମାନେ ଆମ ସୁରକ୍ଷା ପାଇଁ କେତେକ ତ୍ୟାଗ କରୁଛନ୍ତି, କେତେ ବିପଦ ବରଣ କରୁଛନ୍ତି ? ଏଣୁ ମୁଁ ସେମାନଙ୍କୁ କିଛିଟା ସାହାଯ୍ୟ କରିବାକୁ ମନସ୍ତ କଲି । ମୁଁ ସେମାନଙ୍କ ପାଇଁ ପ୍ରତିଦିନ କ୍ଷୀର, ଚା, ଲସି ଓ ବର୍ଫି ନେଇ ଯାଉଥିଲି । ପାକିସ୍ତାନ ପକ୍ଷରୁ ଘନ ଘନ ଡ୍ରୋନ ଆକ୍ରମଣ ହେଉଥାଏ, କିନ୍ତୁ ତାହାକୁ ନ ଡରି ମୁଁ ଭାରତୀୟ ସେନା ପାଖକୁ ଯାଉଥିଲି। ସେମାନେ ମୋତେ ଦେଖି ଖୁସି ହେଉଥିଲେ । କିନ୍ତୁ ମୋର ଏହି ଉଦ୍ୟମ ପାଇଁ ଭାରତର ରାଷ୍ଟ୍ରପତି ମୋତେ ପୁରସ୍କାର ଦେବେ ବୋଲି କେବେ ଭାବିନଥିଲି ।“

ଆହୁରି ପଢନ୍ତୁ :Home Loan: ହୋମ୍‌ ଲୋନ୍‌ରେ ବି ଦେବାକୁ ପଡ଼େ ଚାର୍ଜ... ଜାଣନ୍ତି କି?

ଶ୍ରବଣର ଏହି ସାହସ ପାଇଁ ଭାରତୀୟ ସେନା ପକ୍ଷରୁ ଅପରେସନ ସିନ୍ଦୂର ପରେ ତାକୁ ସମ୍ମାନିତ କରାଯାଇଥିଲା  । ସେନାର ଗୋଲଡେନ ଆରୋ ଡିଭିଜନ ପକ୍ଷରୁ  ତାହାର ପାଠପଢା ଖର୍ଚ୍ଚ ସଂପୂର୍ଣ୍ଣ ସେନା ବହନ କରିବ ବୋଲି ଘୋଷଣା କରିଛି । ଡିସେମ୍ବର ୨୬ରେ ଅନୁଷ୍ଠିତ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ ସମାରୋହରେ ଖୋଦ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାକୁ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ କରିଛନ୍ତି । ସେ ପୁରସ୍କାର ଗ୍ରହଣ କରିବାପରେ ସାରା ଦେଶରେ ଏବେ ତାହାର ଚର୍ଚ୍ଚା । ଯେଉଁ ବୟସରେ ପିଲାମାନେ ଘରୁ ଏକୁଟିଆ ବାହାରିବାକୁ ଡରନ୍ତି, ସେହି ବୟସରେ ସେ ଯୁଦ୍ଧଭୂମିକୁ ଯାଇ ଭାରତୀୟ ସୈନିକଙ୍କ ସହାୟତା କରିଥିଲା । ଏହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ପ୍ରସଂଶନୀୟ ମଧ୍ୟ । ତା ପିତା ସୋନା ସିଂ କହିଛନ୍ତି ଯେ ସେ ଶୈଶବ ସମୟରୁ ସେ ଭାରତୀୟ ସେନା ପ୍ରତି ଆକୃଷ୍ଟ ରହିଆସିଛି । ବଡ଼ ହେଲେ ମଧ୍ୟ ଭାରତୀୟ ସେନାର ଅଫିସର ହେବାକୁ ସେ ଲକ୍ଷ୍ୟ ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe