ଅବସର ନେଲେ ଭାରତୀୟ ହକି ଦଳର ଗୋଲକିପର ଶ୍ରୀଜେସ୍

Advertisment
ଅବସର ନେଲେ ଭାରତୀୟ ହକି ଦଳର ଗୋଲକିପର ଶ୍ରୀଜେସ୍

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଗୋଲରକ୍ଷକ ତଥା ହକି ଦଳର ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ । ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ସହ ଏହି ୧୮ ବର୍ଷର ଗୌରବମୟ କ୍ୟାରିୟର ଶେଷ ହୋଇଛି ।

ପିଆର ଶ୍ରୀଜେଶ ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ହିଁ ଘୋଷଣା କରିସାରିଥିଲେ ଯେ ଏହା ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ। ସେ ଭାରତ ପାଇଁ ମୋଟ ୪ଟି ଅଲିମ୍ପିକ୍ସ ଖେଳିଥିବା ବେଳେ ଭାରତ ପାଇଁ ଦୁଇଥର ଅଲିମ୍ପିକ୍ସ ପଦକ ମଧ୍ୟ ଜିତିଥିଲେ। ସେ ୨୦୦୪ରେ ଜୁନିୟର ଦଳରୁ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ୨୦୦୬ରେ ସିନିୟର ଦଳରେ ଯୋଗ ଦେଇଥିଲେ।

୨୦୨୦ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ, ୨୦୧୪ ଏସୀୟ କ୍ରୀଡ଼ାସ୍ୱର୍ଣ୍ଣ ପଦକ ଏବଂ ୨୦୧୮ ଏସୀୟ କ୍ରୀଡ଼ା କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଏହାବ୍ୟତୀତ ଶ୍ରୀଜେଶ ୨୦୧୮ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଦଳ, ଭୁବନେଶ୍ୱରରେ ୨୦୧୯ ଏଫ୍ ଆଇଏଚ୍ ପୁରୁଷ ସିରିଜ୍ ଫାଇନାଲର ସ୍ୱର୍ଣ୍ଣ ପଦକ ଦଳ ଏବଂ ୨୦୨୨ ରେ ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଦଳର ସଦସ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe