ଏଥର ବିସିସିଆଇର ବାର୍ଷିକ ଚୁକ୍ତି ତାଲିକାରେ ସାମିଲ୍‌ ହେଲେ ଶ୍ରେୟସ ଆୟର ଏବଂ ଇଶାନ କିଷନ

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୪-୨୫ ସିଜିନ୍ ପାଇଁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। ଯାହା ଦ୍ୱାରା ଶ୍ରେୟସ ଆୟର ଏବଂ ଇଶାନ କିଷନଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି।

ଜିୀୂଗତୀା

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୪-୨୫ ସିଜିନ୍ ପାଇଁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। ଯାହା ଦ୍ୱାରା ଶ୍ରେୟସ ଆୟର ଏବଂ ଇଶାନ କିଷନଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଯେଉଁମାନେ ୨୦୨୩-୨୪ ତାଲିକାରୁ ବାଦ ପଡ଼ିଥିଲେ। କେବଳ ଚାରି ଜଣ ଖେଳାଳି ଏ+ ବର୍ଗରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରୀତ ବୁମରାହ ଏବଂ ରବୀନ୍ଦ୍ର ଜାଡେଜା। 

୨୦୨୪ ଅକ୍ଟୋବର ୧ରୁ ୨୦୨୫  ସେପ୍ଟେମ୍ୱର ୩୦ ଯାଏ ଏହି ଚୁକ୍ତି ରହିବ। ୪ ଟି ଶ୍ରେଣୀରେ ରହିଛନ୍ତି ମୋଟ ୩୪ ଜଣ ଖେଳାଳି। ସେହିପରି ଅଭିଷେକ ଶର୍ମା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ନୂଆ କରି ତାଲିକାରେ ସାମିଲ କରାଯାଇଛି । 

ଘରୋଇ କ୍ରିକେଟ ନଖେଳିବା କାରଣରୁ ଶ୍ରେୟାସ ଆୟର ଓ ଇଶାନ କିଷାନଙ୍କୁ ଗତ ଚୁକ୍ତିରୁ ବାଦ ଦିଆଯାଇଥିଲା । ଏଥର କିନ୍ତୁ ଦିନିକିଆରେ ଦମଦାର ପ୍ରଦର୍ଶନ କରିବା ପରେ ତାଙ୍କୁ ସାମିଲ କରାଯାଇଛି । ସେ ନିଜ ଦକ୍ଷତାକୁ ସାବ୍ୟସ୍ତ କରିବାରେ ସଫଳ ହୋଇଥିଲେ। ସେହିପରି ଇଶାନ କିଷାନଙ୍କୁ ବେଶି କିଛି କରିବାକୁ ପଡ଼ିନଥିଲା । ହେଲେ ବିସିସିଆଇ ତାଙ୍କୁ ଏଥର ବାର୍ଷିକ ଚୁକ୍ତିରେ ସାମିଲ କରିଛି । 

A+- ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜା ।

A - କେଏଲ ରାହୁଲ, ଶଭମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ ଏବଂ ରିଷଭ ପନ୍ତ 

B - କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ୱୀ ଜୟସ୍ୱାଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର 

C - ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାଏକ୍ୱାଡ, ଶିଭମ ଦୁବେ, ରବି ବିଷ୍ଣୋଇ, ଓ୍ୱାସିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ, ନୀତିଶ କୁମାର ରେଡ୍ଡୀ, ଇଶାନ କିଷାନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହରିଷିତ ରାଣା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe