ଚଳିତ ଅଲମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି ବିଧାୟିକା: ବିଜୟୀ ହେବାର ରହିଛି ଲକ୍ଷ୍ୟ

ଚଳିତ ଅଲମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି ବିଧାୟିକା: ବିଜୟୀ ହେବାର ରହିଛି ଲକ୍ଷ୍ୟ

ନୂଆଦିଲ୍ଲୀ: ଚଳିତ ଅଲମ୍ପିକ୍ସ ଖେଳ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି।

୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତ ୭ ଟି ପଦକ ଜିତିଥିଲା। ଚଳିତ ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି। ଅଂଶଗ୍ରହଣ କରୁଥିବା ଆଥଲେଟଙ୍କ ସମେତ ସେମାନଙ୍କ କୋଚ ଓ ପୁରା ଦେଶ ୭ରୁ  ଅଧିକ ପଦକ ହାସଲ ଲକ୍ଷ୍ୟ ରଖି ୨୦୨୦ ରେକର୍ଡକୁ ଭାଙ୍ଗିବାକୁ ଆଶବାଦୀ ଅଛନ୍ତି।

ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ବିହାରର ଜମୁଇ ବିଧାନସଭାରୁ ଭାଜପା ଟିକେଟରେ ବିଧାୟିକା ହୋଇଥିବା ଶ୍ରେୟାଶୀ ସିଂହ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ ‌ଶ୍ରେୟାସୀ ବିଧାୟିକା ହେବା ପୂର୍ବରୁ ହେଉଛନ୍ତି ଜଣେ ସୁଟର। ତେଣୁ ସେ ସୁଟର ଭାବେ ଚଳିତ ଅଲମ୍ପିକ୍ସରେ ଖେଳିବା ପାଇଁ ସଟ୍‌ଗନ୍‌ ମହିଳା ଇଭେଣ୍ଟରେ ପ୍ରତିଯୋଗିତା କରିବେ।

୨୦୧୪ ମସିହାରେ ଶ୍ରେୟାସୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଦେଶ ପାଇଁ ସ୍ଵର୍ଣ ପଦକ ଜିତିଥିଲେ। ଖେଳ ପ୍ରତି ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ୨୦୧୮ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।

ବିଧାୟିକା ଶ୍ରେୟାଶୀଙ୍କ ବାପା ବିହାରର ବରିଷ୍ଠ ରାଜନେତା ଦିଗବିଜୟ ସିଂହ ଓ ମା’ ପୁତୁଲ ସିଂହ ମଧ୍ୟ ପୂର୍ବରୁ ଏମପି ରହି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe