ଆସନ୍ତାକାଲିଠାରୁ ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର; ଜାରି ହେଲା ନୂଆ ଗାଇଡଲାଇନ

ଆସନ୍ତାକାଲିଠାରୁ ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର; ଜାରି ହେଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ସାଇ ବାବାଙ୍କ ଭକ୍ତମାନଙ୍କ ପାଇଁ ଏକ ଭଲ ଖବର ରହିଛି। ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିରିଡ଼ି ସାଇ ମନ୍ଦିରକୁ ପୁଣିଥରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଠାରୁ ସାଧାରଣ ଲୋକଙ୍କ ପାଇଁ ଶିରିଡ଼ିରେ ସାଇ ବାବାଙ୍କ ମନ୍ଦିର ଖୋଲାଯିବ। ବାବାଙ୍କ ଭକ୍ତମାନେ ନବରାତ୍ରୀର ପ୍ରଥମ ଦିନରେ ସାଇଙ୍କୁ ଦର୍ଶନ କରି ପାରିବେ।

Maharashtra: Shirdi Sai Baba temple reopens tomorrow, check Covid-19 guidelines | Mumbai news - Hindustan Times

ସାଇ ବାବା ମନ୍ଦିର ଟ୍ରଷ୍ଟର ସିଇଓ ଭାଗ୍ୟଶ୍ରୀ ବାନାୟିତ କହିଛନ୍ତି ଯେ ଆସନ୍ତାକାଲିଠାରୁ ଭକ୍ତଙ୍କ ପାଇଁ ବାବାଙ୍କ ମନ୍ଦିର ଖୋଲାଯିବ ଏବଂ ପ୍ରତିଦିନ ୧୫,୦୦୦ ଭକ୍ତ ସାଇଙ୍କୁ ଦର୍ଶନ କରି ପାରିବେ। ପ୍ରତି ଘଣ୍ଟାରେ କେବଳ ୧୧୫୦ ଭକ୍ତଙ୍କୁ ସାଇ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଏହା ବ୍ୟତୀତ କେବଳ ୯୦ଜଣ ଭକ୍ତଙ୍କୁ ଆରତୀ ସମୟରେ ଦର୍ଶନ ପାଇଁ ଅନୁମତି ମିଳିବ । ତେବେ କରୋନାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ କିଛି ନିୟମ ପାଳନ କରିବାକୁ ହେବ। ପ୍ରତ୍ୟେକ ଭକ୍ତଙ୍କୁ ମା୍ସ୍କ ଲଗାଇବା ବାଧ୍ୟତାମୂଳକ ରହିଛି।

ମନ୍ଦିର ପ୍ରଶାସନ ବାବାଙ୍କ ଦର୍ଶନ ପାଇଁ କେବଳ ଗେଟ୍ ନମ୍ବର ୨ ଖୋଲିଛି। ଏଥିସହିତ ଭକ୍ତଙ୍କ ପ୍ରସ୍ଥାନ ପାଇଁ ଗେଟ୍ ନମ୍ବର ୪ ଏବଂ ୫କୁ ଖୋଲା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe