ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସୁପ୍ରିମକୋର୍ଟରେ କ୍ୟାଭିଏଟ୍‌ ଦାଖଲ କଲେ ଓଡ଼ିଶା ସରକାର

Advertisment
ସୁପ୍ରିମକୋର୍ଟକୁ ମଦ ବୋତଲ ଧରି ପହଞ୍ଚିଗଲେ ଓକିଲ, ହସି ପକାଇଲେ ପ୍ରଧାନ ବିଚାରପତି

Free Press Journal

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୩ ତାରିଖରେ ସୁପ୍ରିମକୋର୍ଟରେ କ୍ୟାଭିଏଟ୍‌ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକଟ୍‌ ଅନ ରେକର୍ଡ ଗୌରଭ ଖାନ୍ନାଙ୍କ ଦ୍ବାରା ଏହି କ୍ୟାଭିଏଟ (ନମ୍ବର: ୪୪୩୧-୨୦୨୨) ଦାଖଲ ହୋଇଛି। ଶ୍ରୀମନ୍ଦିର ଚାରିପଟେ ଖନନ ଓ ନିର୍ମାଣ ବିବାଦ ସମ୍ପର୍କିତ ଦିଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ କୌଣସି ରହିତାଦେଶ ଜାରି କରିନଥିଲେ। ଚଳିତ ମାସ ୯ରେ ଏହି ଶୁଣାଣି ହୋଇଥିଲା। ରହିତାଦେଶ ଜାରି କରାଯାଇନଥିବାରୁ ନିର୍ମାଣ କାର୍ଯ୍ୟ ଜାରିରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏଭଳି ସ୍ଥିତିରେ କାଳେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ଏହି ଆଶଙ୍କା କରି ରାଜ୍ୟ ସରକାର ହାଇକୋର୍ଟଙ୍କ ୨୦୨୨ ମେ ୯ ଡବ୍ଲୁପିସି: ୬୨୫୭-୨୦୨୨ ଆଦେଶ ପରିପେକ୍ଷୀରେ ଆଗୁଆ କ୍ୟାଭିଏଟ ଫାଇଲ କରିଛନ୍ତି। କ୍ୟାଭିଏଟ୍‌ ଫାଇଲ କରିବା ଅର୍ଥ ରାଜ୍ୟ ସରକାରଙ୍କ ପକ୍ଷ ନଶୁଣି ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନେବେନି। ଏଥି ନିମନ୍ତେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଦେବେ ଓ ଜବାବ ଦାଖଲ କରିବାକୁ ସମୟ ଦେବେ।

ଚଳିତ ମାସ ୧୨ରେ ଓଡ଼ିଶା ପୂର୍ତ୍ତ ବିଭାଗ ପ୍ରମୁଖ ସଚିବଙ୍କ ତରଫରୁ ରାଜ୍ୟ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଯେଉଁ ପତ୍ର ଲେଖାଯାଇଥିଲା ସେଥିରେ କୁହାଯାଇଥିଲା ଯେ ହାଇକୋର୍ଟଙ୍କ ୨୦୨୨ ମେ ୯ ନିର୍ଦ୍ଦେଶ ବିରୋଧରେ କୌଣସି ବ୍ୟକ୍ତି, ଗୋଷ୍ଠୀ, ସଂସ୍ଥା କିମ୍ବା ଅନୁଷ୍ଠାନ ଜନସ୍ବାର୍ଥ ମାମଲା କିମ୍ବା ଏସ୍‌ଏଲ୍‌ପି ସୁପ୍ରିମକୋର୍ଟରେ ଦାଖଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ‌ଏଭଳି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଆଡଭୋକେଟ୍‌ ଅନ୍‌ ରେକର୍ଡ ଗୌରଭ ଖାନ୍ନାଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରାଯାଇଥିଲା। ଏହା ପରେ ଚଳିତ ମାସ ୧୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୌରଭ ଖାନ୍ନା କ୍ୟାଭିଏଟ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe