ଶ୍ରାନଗର: ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗରରେ ଚଳିତବର୍ଷ ଦେଶର ରେକର୍ଡ ସର୍ବନିମ୍ନ ତାପମାତ୍ରା ଆଜି ବିଯୁକ୍ତ ୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଥି ଯୋଗୁଁ ଆସନ୍ତା ୭୨ ଘଣ୍ଟା ଯାଏଁ ସହରରେ ଶୀତ ଲହରି ବଢ଼ିିବ ବୋଲି ଜଣାଯାଇଛି। ତେବେ ତାହା ପରେ ତାପମାତ୍ରା କ୍ରମଶଃ ତଳକୁ ଖସିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଏହି ନିମ୍ନ ତାପମାତ୍ରା ଯୋଗୁଁ ପ୍ରବଳ ତୁଷାରପାତ ଲାଗି ରହଥିବା ବେଳେ ସାଧାରଣ ଜୀବନଯାପନ ଠପ୍ ହୋଇଯାଇଛି।
ଏ ବର୍ଷର ସର୍ବନିମ୍ନ ତାପମାତ୍ରା: ଶ୍ରୀନଗରରେ ବିଯୁକ୍ତ ୪.୨ ଡିଗ୍ରୀ
Advertisment
Follow Us