୧୮ଦିନ ପରେ ସୁରକ୍ଷିତ ପୃଥିବୀକୁ ଫେରିଲେ ଶୁଭାଂଶୁ ଶୁକ୍ଲା, ସମୁଦ୍ରରେ ଅବତରଣ କଲା 'ଗ୍ରେସ୍'

New Project (41) (1)

ନୂଆଦିଲ୍ଲୀ: ପୃଥିବୀକୁ ଫେରିଲେ ଭାରତର ପୁଅ ଶୁଭାଂଶୁ ଶୁକ୍ଲା। ସମୁଦ୍ରରେ ସୁରକ୍ଷିତ ଅବତରଣ କଲା 'ଗ୍ରେସ୍'। ଆକ୍ସିଅମ୍-୪ ମିଶନ ସହିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଥିବା ଶୁଭାଂଶୁ ଶୁକ୍ଳା ଅନ୍ୟ ୩ ଜଣ ମହାକାଶଚାରୀଙ୍କ ସହ ପୃଥିବୀକୁ ଫେରି ଆସିଛନ୍ତି। ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶଯାନ, ଚାରି ଜଣ ମହାକାଶଚାରୀଙ୍କୁ ନେଇ ଆମେରିକାର କାଲିଫର୍ନିଆ ରାଜ୍ୟ ସାନ ଡିଏଗୋ ଉପକୂଳ ନିକଟରେ ଅପରାହ୍ନ ୩.୦୧ (ଭାରତୀୟ ସମୟ) ସମୟରେ ପ୍ରଶାନ୍ତ ମହାସାଗରରେ ଅବତରଣ କରିଛି।

ଶୁଭାଂଶୁ ଶୁକ୍ଳାଙ୍କୁ ୨୫ ଜୁନ୍ ୨୦୨୫ରେ ଏକ ଫାଲକନ୍ ୯ ରକେଟ୍ ସାହାଯ୍ୟରେ ଉତ୍‌କ୍ଷେପଣ କରାଯାଇଥିଲା। ସେ ଜୁନ୍ ୨୬ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପାଦ ଦେଇଥିଲେ। ୧୮ଦିନ ମଧ୍ୟରେ ସେ ୬୦ରୁ ଅଧିକ ପରୀକ୍ଷଣ କରିଥିଲେ, ଯେଉଁଥିରେ ମାଂସପେଶୀ ହ୍ରାସ, ମାନସିକ ସ୍ୱାସ୍ଥ୍ୟ ଏବଂ ମହାକାଶରେ ଫସଲ ଚାଷ ଉପରେ ଗବେଷଣା ଅନ୍ତର୍ଭୁକ୍ତ ଥିଲା।

ଏହି ମିଶନ ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀ ପାଇଁ ଐତିହାସିକ ଥିଲା। କାରଣ ଚାରି ଦଶନ୍ଧି ପରେ, ଏହି ଦେଶଗୁଡ଼ିକର ମହାକାଶଚାରୀମାନେ ଏକ ମାନବ ମିଶନରେ ଅଂଶଗ୍ରହଣ କରିଥିଲେ। ଏହି ମିଶନର ନେତୃତ୍ୱ ଆମେରିକାର ଅଭିଜ୍ଞ ମହାକାଶଚାରୀ ଏବଂ ଆକ୍ସିଅମ କମାଣ୍ଡର ପେଗି ହ୍ୱିଟସନ ନେଇଥିଲେ।

ड्रैगन कैप्सूल से बाहर निकले शुभांशु शुक्ला (Photo: Screengrab)

ଗ୍ରେସ୍ ସ୍ପେସକ୍ରାଫ୍ଟ ଅବତରଣ ପୂର୍ବରୁ ଜୋରରେ ଶୁବ୍ଦ କରିଥିଲା, ଯାହା ଏହାର ଉଚ୍ଚ ଗତିକୁ ସୂଚିତ କରେ। ପ୍ଲାଜମା ସ୍ତର ସିଗନାଲକୁ ଅବରୋଧ କରୁଥିବାରୁ ଅବତରଣ ସମୟରେ କିଛି ସମୟ ପାଇଁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ପୁନରୁଦ୍ଧାର ପାଇଁ ମୁତୟନ ଥିବା ଡଙ୍ଗା ଏବଂ ହେଲିକପ୍ଟର ତୁରନ୍ତ କାର୍ଯ୍ୟରେ ଲାଗିପଡ଼ିଥିଲେ। ଏହା ପରେ ଶୁଭାଂଶୁଙ୍କ ସମେତ ଆକ୍ସ-୪ କ୍ରୁକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe