Advertisment

ମହାକାଶ ଷ୍ଟେସନରୁ ଛାତ୍ରମାନଙ୍କ ପ୍ରଶ୍ନର ଖୁବ ସୁନ୍ଦର ଭାବେ ଉତ୍ତର ଦେଲେ ଶୁଭାଂଶୁ

Advertisment
qrject (24)

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ସ୍ପେସ୍ ଏକ୍ସର ଆକ୍ସିୟମ୍-୪ ମିଶନରେ ଯାଇ ମହାକାଶରେ ପହଞ୍ଚି ଯାଇଛନ୍ତି। ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚିବା ମାତ୍ରେ ଭିଡିଓ କଲ୍ କରି ତାଙ୍କ ଅଭିଜ୍ଞତା ବିଷୟରେ ବିଶ୍ବକୁ ଜଣାଇଥିଲେ।

ଶୁଭାଂଶୁ ଶୁକ୍ଳା ଏହି ଅବିସ୍ମରଣୀୟ ଯାତ୍ରାର ଅଭିଜ୍ଞତା ବିଭିନ୍ନ ସ୍କୁଲର ପିଲାମାନଙ୍କ ସହିତ ବାଣ୍ଟିଛନ୍ତି।
ପିଲାମାନେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଉପସ୍ଥିତ ମହାକାଶଚାରୀ ଶୁକ୍ଳାଙ୍କ ସହ କଥା ହେବାର ସୁଯୋଗର ପୂର୍ଣ୍ଣ ସଦୁପଯୋଗ କରିଥିଲେ। 

ଏହି ବିରଳ ଆଲୋଚନାରେ, ପିଲାମାନେ ମହାକାଶଚାରୀମାନେ କ'ଣ ଖାଆନ୍ତି? ସେମାନେ ମହାକାଶରେ କିପରି ଶୋଇଥାନ୍ତି? ଯଦି କେହି ଅସୁସ୍ଥ ହୋଇପଡ଼ନ୍ତି ତେବେ କ'ଣ ହୁଏ? ଶରୀର କିପରି ମହାକାଶ ସହିତ ଖାପ ଖାଏ ଏବଂ ପୃଥିବୀକୁ ଫେରିବା ପରେ ପରିବେଶ ସହିତ ପୁନର୍ବାର ଖାପ ଖାଇବାକୁ କେତେ ସମୟ ଲାଗିବ ଇତ୍ୟାଦି ବିଷୟରେ ଜାଣିବା ପାଇଁ ଆଗ୍ରହ ଦେଖାଇଥିଲେ। 

ଆଇଏସଏସରେ ଥିବା ଶୁକ୍ଳା ସିଟି ମୋଣ୍ଟେସୋରି ସ୍କୁଲର ଛାତ୍ରମାନେ ପଚାରୁଥିବା ପ୍ରଶ୍ନଗୁଡ଼ିକର ବିସ୍ତୃତ ଭାବେ ଗୋଟିଗୋଟି କରି ଉତ୍ତର ଦେଇଥିଲେ।

ମହାକାଶଚାରୀମାନେ କିପରି ଶୋଇଥାନ୍ତି ସେ ବିଷୟରେ ଛାତ୍ରମାନେ ପଚରିବାରୁ ଶୁକ୍ଲା କହିଲେ, "ଏହା ପ୍ରକୃତରେ ମଜାଦାର... ତେଣୁ ଯଦି ଆପଣ କେବେ ଆଇଏସଏସକୁ ଆସନ୍ତି, ତେବେ କାହାକୁ କାନ୍ଥରେ ତ କାହାକୁ ଛାତ ଉପରେ ଶୋଇଥିବାର ଦେଖିବାକୁ ପାଇବେ। 

ସବୁ ସମୟରେ ଆମର 'ସ୍ଲିପିଂ ବ୍ୟାଗ' ପାଖରେ ଥାଏ। ଯାହାକୁ ବାନ୍ଧିବା ବହୁତ ଜରୁରୀ ହୋଇଥାଏ। ଏହାକୁ ବାନ୍ଧିବା ଦ୍ବାରା ଆମେ ଯେଉଁ ସ୍ଥାନରେ ଥାଉ ସେହି ସ୍ଥାନରେ ହିଁ ରହିଥାଉ।" 

ଏହି ପ୍ରଶ୍ନ ଉତ୍ତର ପର୍ଯ୍ୟାୟ ସମୟରେ ଯେତେବେଳେ ଜଣେ ଛାତ୍ର ଶୁକ୍ଲାଙ୍କୁ ପଚାରିଥିଲେ ଯେ ଯଦି ଜଣେ ଯାତ୍ରୀ ମହାକାଶରେ ଅସୁସ୍ଥ ହୋଇପଡ଼ନ୍ତି ତେବେ କ'ଣ ହେବ। ସେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଶୁକ୍ଲା କହିଥିଲେ ଯେ ଏପରି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନଙ୍କ ସହିତ ପର୍ଯ୍ୟାପ୍ତ ଔଷଧ ରଖାଯାଇଛି।

ସେହିପରି  ଖାଇବାର ପାଇଁ ଆମ ପାଖରେ  ବିଭିନ୍ନ ପ୍ରକାର ଖାଦ୍ୟ ମହଜୁଦ ଥାଏ। ପ୍ରତିଟି ମହାକାଶଚାରୀମାନେ ଏକ ସମୟ ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି ତାହା ହେଉଛି ବାହାରକୁ ଯାଇ ମହାକାଶ ଏବଂ ପୃଥିବୀର ସୁନ୍ଦର ଦୃଶ୍ୟକୁ ଦେଖିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe