Advertisment

ମହାକାଶ ଯାତ୍ରା ପୂର୍ବରୁ ଶୁଭାଂଶୁ ଶୁଣିଲେ ତାଙ୍କ ପ୍ରିୟ ଅଭିନେତାଙ୍କ ଗୀତ

Advertisment

ଫାଇଟର ପାଇଲଟ୍ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ପ୍ରିୟ ହିରୋ ହେଉଛନ୍ତି ହ୍ରିତିକ୍ ରୋଶନ। ମହାକାଶ ଯାତ୍ରା ପୂର୍ବରୁ ଶୁୂଭାଂଶୁ ତାଙ୍କ ପ୍ରିୟ ଅଭିନେତାଙ୍କ ଗୀତକୁ ମନଭରି ଶୁଣିଥିଲେ।

ଫାଇଟର ପାଇଲଟ୍ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ପ୍ରିୟ ହିରୋ ହେଉଛନ୍ତି ହ୍ରିତିକ୍ ରୋଶନ। ମହାକାଶ ଯାତ୍ରା ପୂର୍ବରୁ ଶୁୂଭାଂଶୁ ତାଙ୍କ ପ୍ରିୟ ଅଭିନେତାଙ୍କ ଗୀତକୁ ମନଭରି ଶୁଣିଥିଲେ।

95d3d0b3-76ae-49b0-b0c2-a3da29df11d1

ନୂଆଦିଲ୍ଲୀ: ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ୨ୟ ଭାରତୀୟ ଭାବେ ଶୁଭାଂଶୁ ଶୁକ୍ଳା ମହାକାଶ ଯାତ୍ରା ଆରମ୍ଭ କରିଛନ୍ତି । ୩ଜଣ ମହାକାଶଚାରୀଙ୍କ ସହ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି । 

ଜଣେ କ୍ରୁ ସଦସ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ଫାଇଟର ପାଇଲଟ୍ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ପ୍ରିୟ ହିରୋ ହେଉଛନ୍ତି ହ୍ରିତିକ୍ ରୋଶନ। ହ୍ରିତିକଙ୍କ ୨୦୨୪ ମସିହାର ସିନେମା ‘ଫାଇଟର’ର ଏକ ଦେଶାତ୍ମବୋଧକ ଗୀତ ଶୁକ୍ଳାଙ୍କୁ ଖୁବ ପସନ୍ଦ । ଏହି ଫିଲ୍ମଟି ଭାରତୀୟ ବାୟୁସେନା ଏବଂ ଦେଶପ୍ରେମରେ ପରିପୂର୍ଣ୍ଣ । ତେବେ ମହାକାଶ ଯାତ୍ରା ପୂର୍ବରୁ ଶୁୂଭାଂଶୁ ତାଙ୍କ ପ୍ରିୟ ଅଭିନେତାଙ୍କ ଗୀତକୁ ମନଭରି ଶୁଣିଥିଲେ।

ଏହାପୂର୍ବରୁ ଫିଲ୍ମର 'ବନ୍ଦେ ମାତରମ୍' ଗୀତକୁ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରର ଲଞ୍ଚ ପ୍ୟାଡ୍ ୩୯-ଏ ଅଭିମୁଖେ ଯାଉଥିବା ସମୟରେ ଶୁଣିଥିଲେ।  ଏହି ଗୀତ ଶୁଣିବା ପରେ ଶୁକ୍ଳା  ତାଙ୍କର ପ୍ରଥମ ମହାକାଶ ଉଡ଼ାଣ ପାଇଁ ଫାଲକନ୍-୯ ରକେଟରେ ଚଢ଼ିଥିଲେ।

ନାସାର ଏକ ପୁରୁଣା ପରମ୍ପରା ଅଛି ଯେ ଯେତେବେଳେ ମହାକାଶଚାରୀମାନେ ସେମାନଙ୍କ ମିଶନ ପାଇଁ ଲଞ୍ଚ ପ୍ୟାଡକୁ ଯାଆନ୍ତି, ସେମାନେ ସେମାନଙ୍କ ପରିବାରକୁ ବିଦାୟ ଦେବା ପରେ ନିଜର ପ୍ରିୟ ସଙ୍ଗୀତ ଶୁଣିଥାଆନ୍ତି। 

ରିପୋର୍ଟ ଅନୁଯାୟୀ, ମହାକାଶଚାରୀମାନେ ପ୍ରାୟତଃ ଆରାମ ଏବଂ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ରକେଟରେ ଉତକ୍ଷେପଣ କରିବା ପୂର୍ବରୁ ସଙ୍ଗୀତ ବଜାଇଥାଆନ୍ତି। 

 ଉଲ୍ଲେଖଯୋଗ୍ୟ, ଭାରତୀୟ ସମୟ ଠିକ୍ ଦିନ ୧୨ଟା ୧ରେ  ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ ମିସନ-୪ ଆରମ୍ଭ ହୋଇଛି । ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତକ୍ଷେପଣ ହୋଇଛି ।   ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ ମହାକାଶ ଅଭିମୁଖେ ଉଡ଼ାଣ ଭରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe