Advertisment

ମହାକାଶରୁ ଆସିଲା ଫୋନ...ପୁଅ ମାଧ୍ୟମରେ ଦେଖିଲି ଅଦ୍ଭୁତ ଦୃଶ୍ୟ

Advertisment
New Project (14)

ନୂଆଦିଲ୍ଲୀ: ଆକ୍ସିଅମ୍-୪ ମିଶନ ଅଧୀନରେ ଶୁଭାଂଶୁ ଶୁକ୍ଲା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାଇଥିଲେ। ଏହି ମହାକାଶଚାରୀଙ୍କର ୧୪ ଦିନିଆ ମିଶନ ‌‌ଶେଷ ହେବାପରେ ସମସ୍ତେ ପୃଥିବୀକୁ ଫେରିବା ପାଇଁ ଅପେକ୍ଷା କରି ରହିଛନ୍ତି। 

ଶୁଭାଂଶୁ ଶୁକ୍ଲାଙ୍କ ପୃଥିବୀକୁ ଫେରିବା ନେଇ ମା’ ଆଶା ଶୁକ୍ଳା କହିଛନ୍ତି, ‘ମହାକାଶଯାତ୍ରା କରି ପୁଅ ମୋର ଫେରୁଛି। ପୁଅ ଫୋନ କରି କହିଥିଲା ମା’ ମହାକାଶରୁ ଏହା ମୋର ‌ଶେଷ କଲ। କିଛି ଘଣ୍ଟା ମଧ୍ୟରେ ମୁଁ ପୃଥିବୀ‌ରେ ପହଞ୍ଚିଯିବି। ଖୁବଶୀଘ୍ର ତୁମମାନଙ୍କୁ ଭେଟିବି। ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।’

ସେହିପରି ଶୁଭାଂଶୁଙ୍କ ବାପା ସମ୍ଭୁ ଶୁକ୍ଲା କହିଛନ୍ତି, ‘ ପୁଅ କରିଥିବା ଭିଡିଓ କଲ ଜରିଆରେ ମୁଁ ମହାକାଶରୁ ଅଦ୍ଭୁତ ଦୃଶ୍ୟକୁ ଦେଖିବାର ସୌଭାଗ୍ୟ ପାଇଛି। ମହାକାଶରୁ ପାହାଡ଼, ସୂର୍ଯ୍ୟୋଦୟ, ସମୁଦ୍ର ଇତ୍ୟାଦି କିପରି ଦୃଶ୍ୟମାନ ହେଉଛି ସବୁକିଛି ପୁଅ ମାଧ୍ୟମରେ ଦେଖିବାକୁ ପାଇଥିଲି। ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନ କି ପୁଅ ମୋର ସୁରକ୍ଷିତ ଭାବେ ଫେରି ଆସୁ।’

୧୪ ଦିନିଆ ମହାକାଶ ମିସନ ଶେଷ ହେବାପରେ ୪ଜଣ ମହାକାଶଚାରୀ ଜୁଲାଇ ୧୫ରେ ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ କରିବେ । ଏହି ପ୍ରକ୍ରିୟା ପାଇଁ ନାସା ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe