Advertisment

୧୪ ଦିନ ମହାକାଶରେ ରହିବା ପାଇଁ ଯାତ୍ରା ଆରମ୍ଭ କରିଥିବା ଶୁଭାଂଶୁଙ୍କ ପାରିଶ୍ରମିକକୁ ନେଇ ହେଉଛି ଚର୍ଚ୍ଚା

Advertisment

ଆକ୍ସିୟମ୍-୪ ମିଶନ ହେଉଛି ଇସ୍ରୋ ଏବଂ ନାସାର ଏକ ମିଳିତ ମିଶନ। ଏହି ମିଶନରେ ଭାରତ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେଉଛି।  ଭାରତ ଆକ୍ସିୟମ୍-୪ ମିଶନ ପାଇଁ ୫୪୮ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏଥିରେ ତାଲିମ, ଲଜିଷ୍ଟିକ୍ସ, ଯାତ୍ରା ଏବଂ ଶୁକ୍ଳା କରୁଥିବା ଗବେଷଣା ଉପରେ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି। 

ଆକ୍ସିୟମ୍-୪ ମିଶନ ହେଉଛି ଇସ୍ରୋ ଏବଂ ନାସାର ଏକ ମିଳିତ ମିଶନ। ଏହି ମିଶନରେ ଭାରତ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେଉଛି।  ଭାରତ ଆକ୍ସିୟମ୍-୪ ମିଶନ ପାଇଁ ୫୪୮ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏଥିରେ ତାଲିମ, ଲଜିଷ୍ଟିକ୍ସ, ଯାତ୍ରା ଏବଂ ଶୁକ୍ଳା କରୁଥିବା ଗବେଷଣା ଉପରେ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି। 

66ecd5a9-5dc5-417a-9dda-27beeb8025e5

ନୂଆଦିଲ୍ଲୀ: ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ୨ୟ ଭାରତୀୟ ଭାବେ ଶୁଭାଂଶୁ ଶୁକ୍ଳା ୩ଜଣ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଉଛନ୍ତି । 

ଏଭଳି ସମୟରେ ଶୁକ୍ଳାଙ୍କୁ ୧୪ ଦିନ ମହାକାଶରେ ରହିବା ପାଇଁ କେତେ ପାରିଶ୍ରମିକ ମିଳିବ ସେନେଇ କିଛିଲୋକ ପ୍ରଶ୍ନ ଉଠାଇଛନ୍ତି। ତେବେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହି ମହାକାଶ ଯାତ୍ରା ପାଇଁ ଶୁକ୍ଳାଙ୍କୁ କୌଣସି ପ୍ରକାର ପାରିଶ୍ରମିକ ପ୍ରଦାନ କରାଯାଇ ନାହିଁ କି ଯିବ ନାହିଁ।

କାରଣ ଆକ୍ସିୟମ୍-୪ ମିଶନ ହେଉଛି ଇସ୍ରୋ ଏବଂ ନାସାର ଏକ ମିଳିତ ମିଶନ। ଏହି ମିଶନରେ ଭାରତ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେଉଛି। 

ରିପୋର୍ଟ ଅନୁଯାୟୀ, ଭାରତ ଆକ୍ସିୟମ୍-୪ ମିଶନ ପାଇଁ ୫୪୮ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏଥିରେ ତାଲିମ, ଲଜିଷ୍ଟିକ୍ସ, ଯାତ୍ରା ଏବଂ ଶୁକ୍ଳା କରୁଥିବା ଗବେଷଣା ଉପରେ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି। 

ଏହି ମିଶନରେ ଶୁଭାଂଶୁଙ୍କ ଉପସ୍ଥିତିକୁ ଭାରତର ୨୦୨୭ ମସିହାର ଗଗନଯାନ ମିଶନ ପାଇଁ ଏକ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି।

ଯଦିଓ ଶୁଭାଂଶୁ ଶୁକ୍ଲାଙ୍କୁ ମହାକାଶକୁ ଯିବା ପାଇଁ କୌଣସି ଅତିରିକ୍ତ ଦରମା ଦିଆଯାଉନାହିଁ କିନ୍ତୁ ଏହା ଭାରତର ମହାକାଶ ଭବିଷ୍ୟତ ପାଇଁ ଏକ ବଡ଼ ନିବେଶ ବୋଲି କୁହାଯାଉଛି। ୧୯୮୪ ମସିହାରେ ରାକେଶ ଶର୍ମା ମହାକାଶ ମିଶନରେ ଯିବା ପରେ ଶୁଭାଂଶୁ ଶୁକ୍ଳା ଏହି ମିଶନରେ ପଠାଯାଇଥିବା ଦ୍ୱିତୀୟ ଭାରତୀୟ ମହାକାଶଚାରୀ ରହିଛନ୍ତି।

ଏହି ମିଶନ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।  ପୂର୍ବରୁ ୫ ଥର ଏହି ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ସମସ୍ୟାର  ସାମ୍ନା କରିଥିଲା ମିଶନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe