Advertisment

ଶେଷ ହେଲା ଡକିଂ; ମହାକାଶରେ ୧୪ଦିନ ରହିବେ ୪ଜଣ ମହାକାଶଚାରୀ

Advertisment
wy)

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ସ୍ପେସ୍ ଏକ୍ସର ଆକ୍ସିୟମ୍-୪ ମିଶନରେ ଗତ ବୁଧବାର ଯାତ୍ରା ଆରମ୍ଭ କରିଥିଲେ। ଶୁଭାଂଶୁଙ୍କ ଏହି ମହାକାଶ ଯାତ୍ରାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। 

ସମ୍ପ୍ରତି ଖବର ମିଳିଛି ଶୁଭାଂଶୁଙ୍କ ସମେତ ମିଶନ‌ରେ ସାମିଲ ଥିବା ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର ଅନ୍ୟ ତିନି ଜଣ ମହାକାଶଚାରୀ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସଏସ)ରେ ପହଞ୍ଚି ଯାଇଛନ୍ତି।

ଶୁଭାଂଶୁ ଶୁକ୍ଳାଙ୍କ ବାପା ଶମ୍ଭୁ ଦୟାଲ ଶୁକ୍ଳା କହିଛନ୍ତି, "ଆମେ ବହୁତ ଖୁସି। ସଫଳ ଡକିଂ ପାଇଁ ଆମେ ଭଗବାନଙ୍କୁ ଧନ୍ୟବାଦ ଜଣାଉଛୁ। ଆମେ ଆମ ସନ୍ତାନ ପାଇଁ ଗର୍ବିତ।" 

ଶୁକ୍ଳାଙ୍କ ଭଉଣୀ ଶୁଚି ମିଶ୍ର କହିଛନ୍ତି, "ଏହା କେବଳ ମୋ ପାଇଁ ନୁହେଁ ବରଂ ସମସ୍ତ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ମୁଁ ପ୍ରାର୍ଥନା କରୁଛି ଯେ ଏହି ପର୍ଯ୍ୟାୟ ମଧ୍ୟ ଶୀଘ୍ର ଅତିକ୍ରମ ହୋଇଯାଉ। ୪ଜଣ ମହାକାଶଚାରୀ ସୁରକ୍ଷିତ ରୁହନ୍ତୁ।"

ଶୁଭେଚ୍ଛା ଜଣାଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, "ଅଭିନନ୍ଦନ... ଆକ୍ସିୟମ୍-୪ ଡକିଂ ସଫଳ ହୋଇଛି। ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଭିତରକୁ ପାଦ ଦେବାକୁ ପ୍ରସ୍ତୁତ। ତାଙ୍କର ୧୪ ଦିନିଆ ମହାକାଶ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ସମଗ୍ର ବିଶ୍ୱ ଏହାକୁ ଉତ୍ସାହ ଏବଂ ଆଶା ସହିତ ଦେଖୁଛି।"


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe