TIRUCHI: 16/08/2011:- A school teacher teaching Samacheer Kalvi Science subject for Tenth standard students in a class room at Seva Sangam Girls' Higher Secondary School in Tiruchi on August 16, 2011...Photo: M. Moorthy
ଚେନ୍ନାଇ: ଅଟୋ, ବସ୍ କିଂବା ଟ୍ରେନ୍ ଚଢ଼ି ସ୍କୁଲ୍କୁ ଯିବା ବେଳେ ବିପରୀତ ଲିଙ୍ଗଙ୍କ ଠାରୁ ନିରାପଦ ଦୂରତ୍ୱ ରଖ। ବସିବାରେ ସଣ୍ଠଣା ରଖ। ଉତ୍ତେଜକ ପୋଷାକ ପିନ୍ଧ ନାହିଁ।
ଏହା କୌଣସି ଖାପ୍ ପଞ୍ଚାୟତର ଚେତାବନୀ ନୁହେଁ, ତାମିଲନାଡୁରେ ପ୍ରଚଳିତ ଅଷ୍ଟମ ଶ୍ରେଣୀ ବିଜ୍ଞାନ ପୁସ୍ତକର ପାଠ। ବାଳ ଯୌନ ନିର୍ଯାତନା ନିରାକରଣ ନିମନ୍ତେ ସନ୍ତୁଳିତ ଶିକ୍ଷା ଅଧୀନରେ ତାମିଲନାଡୁ ସରକାର ଏହି ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2018/04/63838327-300x225.jpg)
ଯୌନ ଶିକ୍ଷା ନିମନ୍ତେ କଠୋର ଉଦ୍ୟମ କରୁଥିବା ସରକାର ୧୨ ବର୍ଷ ହେବ ଏହି ପାଠ୍ୟପୁସ୍ତକ ଛାପି ଆସୁଛନ୍ତି। ଉନ୍ନାଓ ଏବଂ କାଠୁଆ ଠାରେ ନାବାଳିକାମାନଙ୍କୁ ପ୍ରତି କରାଯାଇଥିବା ଯୌନଉତ୍ପୀଡ଼ନ ପରେ ଦେଖା ଦେଇଥିବା ଜନ ଅସନ୍ତୋଷ ମଧ୍ୟରେ ଗୁରୁବାର ଦିନ ଇଣ୍ଟର୍ନେଟ୍ରେ ଏହି ପାଠ୍ୟ ପୁସ୍ତକ ଜୀବନ୍ୟାସ ପାଇଛି। ଏହାର ବିଷୟବସ୍ତୁ ଉପରେ ଅବିଶ୍ୱାସ ଏବଂ ଅସନ୍ତୋଷ ପ୍ରକାଶ କରି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଟଣାଓଟରା ଲାଗିଛନ୍ତି। ସନ୍ତୁଳିତ ଶିକ୍ଷାର ଏ ବ୍ୟବସ୍ଥାକୁ ବିଶେଷଜ୍ଞମାନଙ୍କ ସମାଲୋଚନାର ସରବ୍ୟ ହୋଇଛି। ସେମାନେ ମତ ଦିଅନ୍ତି କି, ଏହା ଛାତ୍ରଛାତ୍ରୀମାନଙ୍କୁ ଅର୍ଥପୂର୍ଣ୍ଣ ପ୍ରତିବଦ୍ଧତାରୁ ଦୂରେଇ ରଖିବ।
ସ୍କୁଲ୍ ଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଯାଦବ କହିଛନ୍ତି ଯେ ସେ ଏ ସଂକ୍ରାନ୍ତରେ ଜାଣି ନ ଥିଲେ। ଏବେ ଘଟଣାର ତଦନ୍ତ କରିବେ। ଏସ୍ସିଇଆର୍ଟି ୧୨ ବର୍ଷ ତଳେ ଏହି ପୁସ୍ତକ ମୁଦ୍ରଣ ପାଇଁ ଅନୁମତି ଦେଇଥିଲା। ଏଇଟା ପୁରୁଣା ହୋଇ ଗଲାଣି। ସବୁ ପରିଚ୍ଛଦ ସଂଶୋଧନ କରାଯିବ। ଉତ୍ପୀଡ଼ନ ପ୍ରତିକାର ପାଇଁ ତଥ୍ୟ ଯୋଗାଇ ଦେବାକୁ ଆମେ ନେସ୍ନାଲ୍ କମିସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ୍ ରାଇଟ୍ସ୍ ଅଧିକାରୀଙ୍କ ସହ ପରାମର୍ଶ କରାଯାଇଛି।
Follow Us