କରୋନା‌ରେ ବରିଷ୍ଠ ବାମ ନେତା ଶ୍ୟାମଳ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ

Advertisment
କରୋନା‌ରେ ବରିଷ୍ଠ ବାମ ନେତା ଶ୍ୟାମଳ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ

Telegraph India

କୋଲକାତା: କରୋନାରେ ଆକ୍ରାନ୍ତ ସିପିଏମ୍‌ର ବରିଷ୍ଠ ନେତା ଏବଂ ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଶ୍ୟାମଳ ଚକ୍ରବର୍ତ୍ତୀଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। କୋଭିଡ୍‌- ସଂକ୍ରମିତ ହେବାପରେ ଜୁଲାଇ ୩୦ ତାରିଖରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ୧ ତାରିଖରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କରୋନା‌ ସଂକ୍ରମଣ ସହ ତାଙ୍କୁ ନିମୋନିଆ ହୋଇଥିଲା। ଏବଂ ତାଙ୍କର କିଡ୍‌ନୀ ଜନିତ ସମସ୍ୟା ମଧ୍ୟ ଥିଲା।

ଆଜି ଦିନ ୨ଟାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା ବୋଲି ଡାକ୍ତରଖାନା ସୂତ୍ରରୁ କୁହାଯାଇଛି। ୧୯୮୨ରୁ ୧୯୯୬ ପର୍ଯ୍ୟନ୍ତ ତିନି ଥର ସେ ରାଜ୍ୟ ପରିବହନ ମନ୍ତ୍ରୀ ଥିଲେ। ଦୁଇ ଥର ରାଜ୍ୟସଭା ସାଂସଦ ଏବଂ ବାମ ଶ୍ରମିକ ସଂଗଠନ (ସିଟୁ)ର ରାଜ୍ୟ ସଚିବ ଓ ମାକପା କେନ୍ଦ୍ରୀୟ ସମିତି ସଦସ୍ୟ ମଧ୍ୟ ଥିଲେ। ତାଙ୍କ ପରିବାରରେ ଝିଅ ଉଷସୀ (ଅଭିନେତ୍ରୀ) ଅଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ବାମ, ତୃଣମୂଳ, ବିଜେପି ଆଦି ସମସ୍ତ ରାଜନୈତିକ ଦଳର ନେତାମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe