ପର୍ଯ୍ୟଟକଙ୍କ ଲାଗି ଖୋଲିଲା ସିଆଚେନ୍ : ବିଶ୍ୱର ଉଚ୍ଚତମ ଯୁଦ୍ଧକ୍ଷେତ୍ର ଏବେ ବୁଲି ଦେଖି ହେବ

ସିଆଚେନ୍‌ର ଭୟଙ୍କର ଜଳବାୟୁରେ ଦେଶର ସୁରକ୍ଷା କରୁଥିବା ଯବାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ଓ ଖାଦ୍ୟ ଦିଆଯାଉନାହିଁ : ସିଏଜି ରିପୋର୍ଟ

Image Credit : Zee News

ନୂଆଦିଲ୍ଲୀ : ଏଣିକି ପର୍ଯ୍ୟଟକ  ବିଶ୍ୱର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟର ଭ୍ରମଣ କରିପାରିବେ । ସେଠାକାର ଦୁର୍ଗମ ଓ କଠିନ ପରିବେଶରେ ଦିନରାତି ଜଗି ରହି କିଭଳି ଆମର ବୀର ସୈନିକମାନେ ଦେଶର ସୁରକ୍ଷା କରୁଛନ୍ତି ତାହା ନିକଟରୁ ଦେଖିପାରିବେ । ଆଜି ଲଦାଖ ଗସ୍ତରେ ଯାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା ଘୋଷଣା କରିଛନ୍ତି। ସିଆଚେନ୍ ବେସ୍ କ୍ୟାମ୍ପରୁ କୁମାର ପୋଷ୍ଟ ପର୍ଯ୍ୟନ୍ତ ଅଞ୍ଚଳକୁ ପର୍ଯ୍ୟଟକମାନଙ୍କ ଲାଗି ଉନ୍ମୁକ୍ତ କରାଯାଇଛି।

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଲଦାଖରେ ଅନେକ ଆକର୍ଷଣୀୟ ସ୍ଥାନ ରହିଛି। ତେବେ ଏଥିଲାଗି ଗମନାଗମନର ସଂଯୋଗ ଭଲ ହେବା ଦରକାର। ଏଥିପାଇଁ ଭିତ୍ତିଭୂମିର ବିକାଶ ଲୋଡ଼ା ବୋଲି ମତବ୍ୟକ୍ତ କରିଛନ୍ତି ରାଜନାଥ ସିଂ।

ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଓ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ୍ ବିପିନ ରାୱତ ଲଦାଖ ଗସ୍ତ କରି ନୂତନ ଭାବେ ସିଓକ୍ ନଦୀ ଉପରେ  ନିର୍ମିତ କର୍ଣ୍ଣେଲ୍ ଚେୱାଙ୍ଗ୍ ରିନଚେନ୍ ବ୍ରିଜକୁ ଲୋକାର୍ପିତ କରିଛନ୍ତି। ଏହି ବ୍ରିଜ ଲଦାଖର ଦୌଲତ ବେଗ୍ ଓଲଦି ସେକ୍ଟରକୁ  ଚୀନ-ଭାରତ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳକୁ ଯୋଡ଼ିବ।

ପୃଥିବୀର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନକୁ ସାଧାରଣ ନାଗରିକଙ୍କ ପରିଦର୍ଶନ ଲାଗି ଖୋଲା ଯିବା ଫଳରେ ଶତ୍ରୁଦେଶ ଆକ୍ରମଣରୁ ଭାରତକୁ ସୁରକ୍ଷା ଦେବା ପାଇଁ  କିଭଳି ଭାରତୀୟ ଯବାନମାନେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଦିନରାତି ଜଗି ରହିଛନ୍ତି ତାହା ଜନସାଧାରଣ ଦେଖିପାରିବେ। ସେନାମୁଖ୍ୟଙ୍କ ଅନୁସାରେ ସିଆଚେନ୍ ଭ୍ରମଣ ପରେ ଲୋକେ ସେନା ଯବାନଙ୍କ ଜୀବନଶୈଳୀ ସହିତ ପରିଚିତ ହୋଇପାରିବେ।

କିଛି ଦିନତଳେ ଏକ କର୍ମଶାଳାରେ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ କହିଥିଲେ ଯେ ଇତି ମଧ୍ୟରେ ନିଜର କେତେକ ଟ୍ରେନିଂ ସେଣ୍ଟର ଓ କେତେକ ନିର୍ଦ୍ଦିଷ୍ଟ ପୋଷ୍ଟକୁ ସାଧାରଣ ଲୋକଙ୍କ ପରିଦର୍ଶନ ପାଇଁ ସେନା ପକ୍ଷରୁ ଖୋଲିଦିଆଯାଇଛି ।

ଭାରତ ସରକାର ଗତ ଅଗଷ୍ଟ ୫ରେ ଧାରା ୩୭୦ର ଉଚ୍ଛେଦ କରି ଜମ୍ମୁ ଓ କଶ୍ମୀରକୁ ଦୁଇଭାଗ କରିବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ରଶାସିତ ଅଂଚଳରେ ପରିଣତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe