Advertisment

କୁଆଡ଼େ ଗଲେ ଜଗଦୀପ ଧନଖଡ଼, ସେ ସୁରକ୍ଷିତ ଅଛନ୍ତି ତ? : କପିଲ ସିବ୍ବଲ

Advertisment

ଗତ ମାସରେ ଅପ୍ରତ୍ୟାଶିତଭାବେ ଇସ୍ତଫା ଦେଇଥିବା ଉପରାଷ୍ଟ୍ରତି ଜଗଦୀପ ଧନଖଡ଼ଙ୍କ ଉପରେ ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟସଭା ସାଂସଦ କପିଲ ସିବ୍ବଲ । ସେ କହିଛନ୍ତି ଯେ ଧନଖଡ଼ଜୀ କେଉଁଠି ଅଛନ୍ତି ? ସେ ସୁରକ୍ଷିତ ଅଛନ୍ତି ତ ? 

ଗତ ମାସରେ ଅପ୍ରତ୍ୟାଶିତଭାବେ ଇସ୍ତଫା ଦେଇଥିବା ଉପରାଷ୍ଟ୍ରତି ଜଗଦୀପ ଧନଖଡ଼ଙ୍କ ଉପରେ ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟସଭା ସାଂସଦ କପିଲ ସିବ୍ବଲ । ସେ କହିଛନ୍ତି ଯେ ଧନଖଡ଼ଜୀ କେଉଁଠି ଅଛନ୍ତି ? ସେ ସୁରକ୍ଷିତ ଅଛନ୍ତି ତ ? 

New Project (21)

ନୂଆଦିଲ୍ଲୀ : ଗତ ମାସରେ ଅପ୍ରତ୍ୟାଶିତଭାବେ ଇସ୍ତଫା ଦେଇଥିବା ଉପରାଷ୍ଟ୍ରତି ଜଗଦୀପ ଧନଖଡ଼ଙ୍କ ଉପରେ ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ କପିଲ ସିବ୍ବଲ । ସେ କହିଛନ୍ତି ଯେ ଧନଖଡ଼ଜୀ କେଉଁଠି ଅଛନ୍ତି ? ସେ ସୁରକ୍ଷିତ ଅଛନ୍ତି ତ ? 

କପିଲ ସିବ୍ବଲ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜଗଦୀପ ଧନଖରଙ୍କ ନାମ ନେଇ ଲେଖିଛନ୍ତି, 'ଆମକୁ କହିହେବ କି? ସେ କେଉଁଠି? ସେ ସୁରକ୍ଷିତ କି? ଆମେ ତାଙ୍କ ସହିତ କାହିଁକି ଯୋଗାଯୋଗ କରିପାରିବୁ ନାହିଁ?' ଏହା ସହିତ, ସେ କହିଛନ୍ତି, 'ଅମିତ ଶାହଜୀ ଜାଣିବା ଉଚିତ! ସେ ଆମର ଉପରାଷ୍ଟ୍ରପତି (ଜଗଦୀପ ଧନଖର) ଥିଲେ। ଦେଶର ଲୋକମାନେ ତାଙ୍କ ବିଷୟରେ ଚିନ୍ତିତ ହେବା ସ୍ବାଭାବିକ!'

ଗତ ମାସରେ ଧନଖଡ଼ ଇସ୍ତଫା ଦେବା ସମୟରେ ସିବ୍ବଲ ଦୁଃଖପ୍ରକାଶ କରିଥିଲେ । ସେ କହିଥିଲେ ଯେ ସେ ବ୍ୟକ୍ତିଗତଭାବେ ତାଙ୍କୁ ମନେପକାଇବେ । ସେ ଜଣେ ଦେଶଭକ୍ତ ଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe