ସେତୁ ଦୁର୍ଘଟଣାରେ ଚାଲିଗଲେ ସ୍ବାମୀ ଓ ପିଲା: ବିକଳରେ ସାହାଯ୍ୟ ମାଗୁଥିଲେ ମହିଳା

Advertisment

ଗୁଜରାଟର ବଡ଼ୋଦରା ଜିଲ୍ଲାରେ ମହୀସାଗର ନଦୀ ଉପରେ ଥିବା ୪୦ ବର୍ଷ ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ମଙ୍ଗଳବାର ସକାଳେ ୧୩ ଜଣଙ୍କର ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।

ଗୁଜରାଟର ବଡ଼ୋଦରା ଜିଲ୍ଲାରେ ମହୀସାଗର ନଦୀ ଉପରେ ଥିବା ୪୦ ବର୍ଷ ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ମଙ୍ଗଳବାର ସକାଳେ ୧୩ ଜଣଙ୍କର ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।

New Project (2)

ଅହମଦାବାଦ: ଗୁଜରାଟର ବଡ଼ୋଦରା ଜିଲ୍ଲାରେ ମହୀସାଗର ନଦୀ ଉପରେ ଥିବା ୪୦ ବର୍ଷ ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ମଙ୍ଗଳବାର ସକାଳେ ୧୩ ଜଣଙ୍କର ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।

ଗୁଜୁରାଟର ବଡ଼ୋଦରା ଜିଲ୍ଲାରେ ଥିବା ଏକ ପରିବାର ପ୍ରାୟ ୨୮୦ କିଲୋମିଟର ଦୂରରେ ଥିବା ଏକ ମନ୍ଦିରକୁ ଗତକାଲି ଭୋର ସମୟରେ ଚାରି ବର୍ଷୀୟା ବେଦିକା ଏବଂ ତାଙ୍କର ଏକ ବର୍ଷର ଭାଇ ନୈତିକ ସେମାନଙ୍କ ବାପାମାଆଙ୍କ ସହିତ ବାହାରିଥିଲେ।

ପରିବାର କିଛି ସମ୍ପର୍କୀୟଙ୍କ ସହିତ ଏକ ଭ୍ୟାନରେ ଯାତ୍ରା କରୁଥିଲେ। ଗାଡ଼ିଟି ମହିସାଗର ନଦୀ ପାର ହେଉଥିଲା ବେଳେ ୪୦ ବର୍ଷୀୟା ଗମ୍ଭୀରା ସେତୁଟି ଛିିଡ଼ି ପଡ଼ିଥିଲା। ସେହି ଦୁର୍ଘଟଣାରେ ମହିଳା ଜଣକ ବଞ୍ଚି ଯାଇଥିବା ବେଳେ ଦୁଇ ପିଲା ଓ ସ୍ବାମୀ ମୃତ୍ୟୁ ବରଣ କରିଛନ୍ତି। 

ଏ ସଂପର୍କରେ ଜୀବିତ ମହିଳା ଗଣମାଧ୍ୟମରେ କହିଛନ୍ତି, ‘‘ଆମର ପରିବାର ଏବଂ ଆମ ଗାଁର ଅନ୍ୟ କିଛି ସମ୍ପର୍କୀୟ ବାଗଦାନା ମନ୍ଦିର ଦର୍ଶନ ପାଇଁ ଏକ ଭ୍ୟାନ ଭଡ଼ା ନେଇଥିଲେ। ସକାଳ ପ୍ରାୟ ୭ଟା ବେଳେ, ଯେତେବେଳେ ଆମେ ସେତୁ ପାର ହେଉଥିଲୁ। ସେତୁଟି ଖସିପଡ଼ିଲା। ଆମ କାର ସାମ୍ନାରେ ଥିବା ଗାଡ଼ିଟି ନଦୀରେ ପଡ଼ିଗଲା ଏବଂ ଆମର ଭ୍ୟାନ ପଛେ ପଛେ ଗଲା। ଯେତେବେଳେ ମୁଁ ପାଣିରେ ପଡ଼ିଗଲି, ସାହାଯ୍ୟ ପାଇଁ ଚିତ୍କାର କଲି। ମୁଁ ଚିତ୍କାର କରି ଲୋକମାନଙ୍କୁ ମୋ ପିଲା ଏବଂ ସ୍ୱାମୀଙ୍କୁ ବଞ୍ଚାଇବାକୁ ଅନୁରୋଧ କରି ଚାଲିଲି। ଗୋଟିଏ ଘଣ୍ଟା ପରେ ସାହାଯ୍ୟ ଆସିଲା, ମୋ ବ୍ୟତୀତ ସେହି ଭ୍ୟାନରେ ଥିବା ସମସ୍ତେ ମରିଗଲେ,"।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe