ମାଳଦ୍ୱୀପ: ମାଳଦ୍ୱୀପରେ ଶନିବାର ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅସୁସ୍ଥ ବାଳକକୁ ଏୟାରଲିଫ୍ଟ କରିବା ପାଇଁ ଭାରତ ଦ୍ୱାରା ଯୋଗାଇ ଦିଆଯାଇଥିବା ଡୋନିୟର ବିମାନ ବ୍ୟବହାର କରିବାକୁ ଅନୁମତି ନ ଦେବାରୁ ବାଳକର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି। ବ୍ରେନ୍ ଟ୍ୟୁମରରେ ଓ ଷ୍ଟ୍ରୋକ୍ରେ ପୀଡ଼ିତ ଏହି ବାଳକର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଗାଫ୍ ଆଲିଫ୍ ଭିଲିଙ୍ଗିଲିସ୍ଥିତ ତାଙ୍କ ଘରୁ ରାଜଧାନୀ ମାଲେକୁ ନେବା ପାଇଁ ପରିବାର ଲୋକେ ଏକ ଏୟାର ଆମ୍ବୁଲାନ୍ସ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ମୁଇଜୁ ଏଥିପାଇଁ ଅନୁମତି ଦେଇ ନ ଥିଲେ। ଫଳରେ ଜରୁରିକାଳୀନ ସ୍ଥାନାନ୍ତର ଅନୁରୋଧ କରିବାର ୧୬ ଘଣ୍ଟା ପରେ ବାଳକକୁ ମାଲେ ଅଣାଯାଇଥିଲା। ଅନ୍ୟପକ୍ଷରେ ଜରୁରିକାଳୀନ ସ୍ଥାନାନ୍ତର ଅନୁରୋଧ ପାଇଥିବା ଆସନ୍ଧା କମ୍ପାନି ଲିମିଟେଡ୍ ଏକ ବିବୃତିରେ କହିଛି ଯେ ଅନୁରୋଧ ପରେ ତୁରନ୍ତ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଶେଷ ମୁହୂର୍ତ୍ତରେ ବିମାନରେ ବୈଷୟିକ ତ୍ରୁଟି ହେତୁ ଯୋଜନା ଅନୁଯାୟୀ ଡାଇଭର୍ସନ୍ ସମ୍ଭବ ହୋଇପାରି ନ ଥିଲା। ଏହି ମୃତ୍ୟୁକୁ ନେଇ ମାଳଦ୍ୱୀପ ସାଂସଦ ମିକେଲ ନସିମ କହିଛନ୍ତି, ଭାରତ ପ୍ରତି ରାଷ୍ଟ୍ରପତିଙ୍କ ଶତ୍ରୁତାକୁ ପାଇଁ ଲୋକଙ୍କୁ ନିଜ ଜୀବନ ଦେବାକୁ ପଡ଼ିବା ଦୁର୍ଭାଗ୍ୟଜନକ।
ମାଳଦ୍ୱୀପ ରାଷ୍ଟ୍ରପତି ଭାରତୀୟ ବିମାନକୁ ଅନୁମତି ନ ଦେବାରୁ ଅସୁସ୍ଥ ବାଳକର ମୃତ୍ୟୁ
Advertisment
Follow Us