ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିଦ୍ଧରମୟା

Advertisment
ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିଦ୍ଧରମୟା

www.indiatoday.in

ବେଙ୍ଗାଲୁର: ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି। ତେବେ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ସିଦ୍ଧରମୟା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଶନିବାର ଦିନ ଅପରାହ୍ନ ୩ଟାରେ ରାଜ ଭବନରେ ତାଙ୍କୁ ଭେଟିବା ପାଇଁ ରାଜ୍ୟପାଳ ଥୱାର ଚାନ୍ଦ ଗେହଲୋଟ୍ ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ଥିବାରୁ ପୂର୍ବରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ପାରୁନଥିଲା।

କର୍ଣ୍ଣାଟକରେ ଏକ ପ୍ରମୁଖ ରାଜନୈତି ବିବାଦ ପାଲଟିଥିବା ‘ମୌସୁର ଅର୍ବାନ ଡେଭ୍‌ଲପମେଣ୍ଟ୍‌ ଅଥରିଟି (ଏମ୍‌ୟୁଡିଏ)’ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ସିଦ୍ଧରମୟା ଅଡୁଆରେ ଫଶିଛନ୍ତି।

୨୦୨୧ ମସିହାରେ, ଏମ୍‌ୟୁଡିଏ କେସାରେ ଗ୍ରାମରେ ସିଦ୍ଧରମୟାଙ୍କ ପତ୍ନୀ ପାର୍ବତୀଙ୍କର 3 ଏକର ଜମି ଅଧିଗ୍ରହଣ କରିଥିଲା। ଏହା ପ୍ରତିବଦଳରେ ତାଙ୍କୁ ଦକ୍ଷିଣ ମୌସୁର ଅପକଲ୍ ବିଜୟାନଗର ଅଞ୍ଚଳରେ ଅନ୍ୟାନ୍ୟ ପ୍ଲଟ୍ ବଣ୍ଟନ କରାଯାଇଥିଲା। ଦାବି ଅନୁଯାୟୀ, ବିଜୟାନଗର ପ୍ଲଟଗୁଡିକର ବଜାର ମୂଲ୍ୟ କେସରରେ ଥିବା ମୂଳ ଜମି ତୁଳନାରେ ଯଥେଷ୍ଟ ଅଧିକ ଅଟେ।

ଏହି ଦୁର୍ନୀତି ସମ୍ପର୍କରେ ରାଜ୍ୟପାଳ ଜୁଲାଇ ୨୬ ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାପୂର୍ବରୁ ସେ ମୁଖ୍ୟ ସଚିବଙ୍କଠାରୁ ମଧ୍ୟ ସୂଚନା ମାଗିଥିଲେ।

ଅଗଷ୍ଟ ପ୍ରଥମ ସପ୍ତାହରେ, ଅବ୍ରହାମ ଏମ୍‌ୟୁଡିଏ କମିସନରଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପାର୍ବତୀଙ୍କୁ ଦିଆଯାଇଥିବା କ୍ଷତିପୂରଣ ସ୍ଥାନଗୁଡ଼ିକୁ ବାତିଲ ଏବଂ ପ୍ରତ୍ୟାହାର କରିବାକୁ କହିଥିଲେ। ସେ କହିଛନ୍ତି ଯେ ଜମି ଆବଣ୍ଟନରେ ବିଭିନ୍ନ ପର୍ଯ୍ୟାୟରେ ବେଆଇନ କାରବାର ଏବଂ ଦୁର୍ନୀତିଗ୍ରସ୍ତ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe