ମୁଦା ମାମଲାରେ ସିଦ୍ଦରମୈୟାଙ୍କୁ ଝଟ୍‌କା: ପୁଣି ତଦନ୍ତ ହେବ, ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ମାଗିଲେ କୋର୍ଟ

Advertisment

କର୍ଣ୍ଣାଟକରେ ଏକ ସ୍ବତନ୍ତ୍ର କୋର୍ଟ ଆଜି ମୁଦା ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ତଦନ୍ତ ଜାରି ରଖିବାପାଇଁ ଲୋକାୟୁକ୍ତକୁ ଅନୁମତି ଦେଇଛନ୍ତି। କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସ ଦ୍ବାରା ମୁଦା ମାମଲାରେ....

କର୍ଣ୍ଣାଟକରେ ଏକ ସ୍ବତନ୍ତ୍ର କୋର୍ଟ ଆଜି ମୁଦା ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ତଦନ୍ତ ଜାରି ରଖିବାପାଇଁ ଲୋକାୟୁକ୍ତକୁ ଅନୁମତି ଦେଇଛନ୍ତି। କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସ ଦ୍ବାରା ମୁଦା ମାମଲାରେ....

ବିଜେପି ୧୨୫-୧୩୦ ଆସନ ପାଇବ: ୟେଦୁରପ୍ପା

ନୂ୍ଆଦିଲ୍ଲୀ: କର୍ଣ୍ଣାଟକରେ ଏକ ସ୍ବତନ୍ତ୍ର କୋର୍ଟ ଆଜି ମୁଦା ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ତଦନ୍ତ ଜାରି ରଖିବାପାଇଁ ଲୋକାୟୁକ୍ତକୁ ଅନୁମତି ଦେଇଛନ୍ତି। କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସ ଦ୍ବାରା ମୁଦା ମାମଲାରେ ଦାଖଲ ହୋଇଥିବା ରିପୋର୍ଟକୁ ଚ୍ୟାଲେଞ୍ଜ କରି ଇଡି ଦାଖଲ କରିଥିବା ଏକ ଆବେଦନ ଉପରେ ଶୁଣାଣି କରି ଆଜି ସ୍ବତନ୍ତ୍ର କୋର୍ଟ ବିଚାରପତି ସନ୍ତୋଷ ଗଜାନନ ଭଟ୍ଟ ରାୟ ସ୍ଥଗିତ ରଖିଛନ୍ତି। କୋର୍ଟ କହିଛନ୍ତି, ଲୋକାୟୁକ୍ତ ପୁଲିସ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ହିଁ ‘ବି’ ରିପୋର୍ଟ ଉପରେ ନିଷ୍ପତ୍ତି ନିଆଯିବ।

ଉଲ୍ଲେଖଯୋଗ୍ୟ, ଲୋକାୟୁକ୍ତ ପୁଲିସ ଦ୍ବାରା ଦାଖଲ ରିପୋର୍ଟରେ ସିଦ୍ଦରମୈୟାଙ୍କୁ କ୍ଲିନଚିଟ୍‌ ଦିଆଯାଇଥିଲା। ସିଦ୍ଦରମୈୟ‌ା ନିର୍ଦ୍ଦୋଷ ଏବଂ ସେ କୌଣସି ଭୁଲ୍‌ କରିନାହାନ୍ତି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିଲା। କିନ୍ତୁ ଇଡି ଏବଂ ଅଭିଯୋଗକାରୀ ସ୍ନେୟାମୟୀ କ୍ରୀଷ୍ଣା ରିପୋର୍ଟକୁ ଚ୍ୟାଲେଞ୍ଜ କରି ‌କୋର୍ଟରେ ଆବେଦନ କରିଥିଲେ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଥିଲେ। ଆଜି ଶୁଣାଣି ସମୟରେ ବିଚାରପତି ସନ୍ତୋଷ ଗଜାନନ କହିଥିଲେ ଯେ ଲୋକାୟୁକ୍ତ ପୁଲିସ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦାଖଲ କରିବାପରେ ହିଁ ‘ବି’ ରିପୋର୍ଟ ଉପରେ ନିଷ୍ପତ୍ତି ନିଆ‌ଯିବ।  କୋର୍ଟ ଆସନ୍ତା ମେ’ ୭ ତାରିଖ ପର୍ଯ୍ୟନ୍ତ ରାୟ ସ୍ଥଗିତ ରଖିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe