‘ମୁଦା’ ମାମଲାରେ ସିଦ୍ଦରମୈୟାଙ୍କୁ ପୁଣି ଝଟ୍‌କା: ଲୋକାୟୁକ୍ତ ରିପୋର୍ଟ ବିରୋଧରେ କୋର୍ଟ ଗଲା ଇଡି

Advertisment

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ପୁଣି  ଝଟ୍‌କା ଲାଗିଛି।  ମୁଦା (ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ)ମାମଲାରେ ହୋଇଥିବା ଅନିୟମିତତା ଉପରେ ଲୋକାୟୁକ୍ତ ରିପୋର୍ଟ ତଥ୍ୟକୁ ଇଡି (ପିପୁଲ୍ସ ରିପ୍ରେଜେଣ୍ଟେଟିଭ୍‌ କୋର୍ଟ)  ଜନ ପ୍ରତିନିଧି କୋର୍ଟରେ ଚ୍ୟାଲେଞ୍ଜ କରିଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ପୁଣି  ଝଟ୍‌କା ଲାଗିଛି।  ମୁଦା (ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ)ମାମଲାରେ ହୋଇଥିବା ଅନିୟମିତତା ଉପରେ ଲୋକାୟୁକ୍ତ ରିପୋର୍ଟ ତଥ୍ୟକୁ ଇଡି (ପିପୁଲ୍ସ ରିପ୍ରେଜେଣ୍ଟେଟିଭ୍‌ କୋର୍ଟ)  ଜନ ପ୍ରତିନିଧି କୋର୍ଟରେ ଚ୍ୟାଲେଞ୍ଜ କରିଛି।

dfdfvvc

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ପୁଣି  ଝଟ୍‌କା ଲାଗିଛି।  ମୁଦା (ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ)ମାମଲାରେ ହୋଇଥିବା ଅନିୟମିତତା ଉପରେ ଲୋକାୟୁକ୍ତ ରିପୋର୍ଟ ତଥ୍ୟକୁ ଇଡି (ପିପୁଲ୍ସ ରିପ୍ରେଜେଣ୍ଟେଟିଭ୍‌ କୋର୍ଟ)  ଜନ ପ୍ରତିନିଧି କୋର୍ଟରେ ଚ୍ୟାଲେଞ୍ଜ କରିଛି।  ୮ ପୃଷ୍ଠାର ଆବେଦନରେ ଇଡି ଲୋକାୟୁକ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛି। ଇଡି କହିଛି ଏହାର ନିଜସ୍ବ ତଦନ୍ତ ପ୍ରକ୍ରିୟା ଦ୍ବାରା ସିଦ୍ଦରମୈୟା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଭୁଲ୍‌ କାର୍ଯ୍ୟ  ବିରୋଧରେ ପ୍ରମାଣ ସଂଗ୍ରହ ହୋଇଛି।

ଲୋକାୟୁକ୍ତ ରିପୋର୍ଟ ବିରୋଧରେ କୋର୍ଟ ଗଲା ଇଡି
ପୂର୍ବତନ ମୁଦା କମିସନରଙ୍କ ବିରୋଧରେ ତଦନ୍ତ ଜାରି ରଖିପାରିବ ଇଡି: ହାଇକୋର୍ଟ

ଇଡି କହିଛି, ମୁଦା ମାମଲାରେ କୌଣସି ଉଲ୍ଲଂଘନ ହୋଇନଥିବା ନେଇ ଲୋକାୟୁକ୍ତ ଯେଉଁ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିଛି ତାହା ଭୁଲ୍‌ । ଇଡି ତଦନ୍ତ ଏହାର ସମ୍ପୂର୍ଣ୍ଣ ବିପରୀତ କଥା କହୁଛି।  ଇଡି ଏହାର ଆବେଦନରେ ଦର୍ଶାଇଛି ଯେ ଆମ ତଦନ୍ତରୁ ଅନିୟମିତତା ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଅନ୍ୟପକ୍ଷେ କର୍ଣ୍ଣାଟକ ହାଇକୋର୍ଟ ଆଜି ପୂର୍ବତନ ମୁଦା କମିସନରଙ୍କ ବିରୋଧରେ  ଇଡି ତଦନ୍ତ ଜାରି ରଖିବାପାଇଁ ଅନୁମତି ଦେଇଛନ୍ତି। ତେବେ ଇଡି ଦ୍ବାରା ଗ୍ରହଣ ହୋଇଥିବା ଏହି ପଦକ୍ଷେପ କର୍ଣ୍ଣାଟକରେ ରାଜନୈତିକ ଲଢ଼େଇକୁ ଆହୁରି ଜୋର୍‌ଦାର୍‌ କରିଦେବ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe