‘ପତ୍ନୀଙ୍କୁ ଜମି ଯୋଗାଇବାରେ ସିଦ୍ଦରମେୟାଙ୍କ ହାତ ଥିଲା’,

Advertisment

କର୍ଣ୍ଣାଟକରେ ‘ମୁଦା’ ଜମି ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଅଡ଼ୁଆ   ବଢ଼ିବାରେ ଲାଗିଛି। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ବାମୀ ଏହି ଦୁର୍ନୀତିରେ ସିଦ୍ଦରମେୟାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିର ପ୍ରମାଣ ଉପସ୍ଥାପନ କରିଛନ୍ତି।

କର୍ଣ୍ଣାଟକରେ ‘ମୁଦା’ ଜମି ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଅଡ଼ୁଆ   ବଢ଼ିବାରେ ଲାଗିଛି। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ବାମୀ ଏହି ଦୁର୍ନୀତିରେ ସିଦ୍ଦରମେୟାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିର ପ୍ରମାଣ ଉପସ୍ଥାପନ କରିଛନ୍ତି।

sidhiramahaya

ବେଙ୍ଗାଲୁରୁ: କର୍ଣ୍ଣାଟକରେ ‘ମୁଦା’ ଜମି ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଅଡ଼ୁଆ   ବଢ଼ିବାରେ ଲାଗିଛି। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ବାମୀ ଏହି ଦୁର୍ନୀତିରେ ସିଦ୍ଦରମେୟାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିର ପ୍ରମାଣ ଉପସ୍ଥାପନ କରିଛନ୍ତି। କୁମାରସ୍ବାମୀ କହିଛନ୍ତି, ସିଦ୍ଦରମେୟାଙ୍କ ପତ୍ନୀ ପାର୍ବତୀ ମହିଶୂର ସହରର ସର୍ଭେ ନଂ ୪୫୪ରେ ଥିବା ନିଜର ୩.୧୬ ଏକର ଜମି ବଦଳରେ ମହିଶୂର ଅର୍ବାନ୍‌ ଡେଭଲପ୍‌ମେଣ୍ଟ ଅଥରିଟି(ମୁଦା)ର ୪୦:୬୦ ହାରରେ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ବଦଳରେ ୫୦:୫୦ ହାରରେ କ୍ଷତିପୂରଣ ଦାବି କରିଥିଲେ। ଏହି ଦାବି ପରେ ମୁଦା ନିୟମବହିର୍ଭୂତ ଭାବେ ପାର୍ବତୀଙ୍କ କହିବାନୁସାରେ ଜମି ଯୋଗାଇଦେବାକୁ ରାଜି ହୋଇଥିଲା। ଏହି ସମସ୍ତ ଘଟଣା ୨୦୧୪ରେ ହୋଇଥିଲା। ଏହି ସମୟରେ (୨୦୧୩-୧୮) ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଥିଲେ। ଏହି ଜମି ଦୁର୍ନୀତିରେ ‌ତାଙ୍କର କିମ୍ବା ତାଙ୍କ ପରିବାରର କାହାରି ସମ୍ପୃକ୍ତି ନାହିଁ ବୋଲି ସିଦ୍ଦରମେୟାସଫେଇ ଦେଇଛନ୍ତି। କିନ୍ତୁ ତାଙ୍କ ପତ୍ନୀ ପାବର୍ତୀଙ୍କ ଦାବିକୁ ଗ୍ରହଣ କରି ‘ମୁଦା’ ୨୦୧୪ରେ ଯେଉଁ ନୋଟ୍‌ (ପ୍ରାକ୍‌ ଅନୁମତି ଆଲେଖ୍ୟ) ଲେଖିଛି, ସେନେଇ କ’ଣ କହିବେ ବୋଲି କୁମାରସ୍ବାମୀ ପ୍ରଶ୍ନ ପଚାରିଛନ୍ତି।

ଅପରପକ୍ଷରେ ସିଦ୍ଦରମେୟା କହିଛନ୍ତି, ୧୦ ଅକ୍ଟୋବର ୨୦୨୧ରେ ତାଙ୍କ ପତ୍ନୀ ବିକଳ୍ପ ଜମି ପାଇଁ ଆବେଦନ କରିଥିଲେ। ପରେ ‘ମୁଦା’ କମିସନର ମହିଶୂରର ପ୍ରମୁଖ ସ୍ଥାନରେ ୩୮,୨୮୪ ବର୍ଗଫୁଟ ଜମି ପ୍ରଦାନ କରିଥିଲେ। ଏହି ସମୟରେ ଭାରତୀୟ ଜନତା ପାର୍ଟି ଶାସନରେ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe