ପ୍ରଜ୍ବଳଙ୍କ କୁଟନୈତିକ ପାସପୋର୍ଟ ବାତିଲ କରିବାକୁ ମୋଦୀଙ୍କୁ ଚିଠି ଲେଖିଲେ ସିଦ୍ଧରମୟା

ପ୍ରଜ୍ବଳଙ୍କ କୁଟନୈତିକ ପାସପୋର୍ଟ ବାତିଲ କରିବାକୁ ମୋଦୀଙ୍କୁ ଚିଠି ଲେଖିଲେ ସିଦ୍ଧରମୟା

www.indiatoday.in

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଗତ ମାସଠାରୁ ଚର୍ଚ୍ଚାରେ ରହି ଆସିଥିବା ଯୌନ ନିର୍ଯତନା ଅଭିଯୁକ୍ତ ତଥା ହାସନ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ କୁଟନୈତିକ ପାସପୋର୍ଟ (ଡିପ୍ଲୋମେଟିକ୍‌ ପାସ୍‌ପୋର୍ଟ) ବାତିଲ କରିବାକୁ ଅନୁରୋଧ କରିଛନ୍ତି।

ରେବାନ୍ନାଙ୍କ କୁଟନୈତିକ ପାସପୋର୍ଟକୁ ବାତିଲ କରିବାକୁ କର୍ଣ୍ଣାଟକ ସରକାରଙ୍କ ଅନୁରୋଧ ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରକ୍ରିୟା ଅଧୀନରେ ରହିଛି। ମେ ୨୨ ତାରିଖରେ ରାଜ୍ୟ ସରକାର ଲେଖିଥିବା ଏହି ପତ୍ରରେ ଉଲ୍ଲେଖ ଅଛି ଯେ ଲଜ୍ଜାଜନକ କଥା ଯେ ପ୍ରଜ୍ଜ୍ବଳ ରେବାନ୍ନା କୁଟନୈତିକ ପାସପୋର୍ଟ ସାହାରାରେ ଏପ୍ରିଲ୍‌ ୨୭ ତାରିଖରେ ଦେଶ ଛାଡ଼ି ଜର୍ମାନ ପଳାଇଥିଲେ।

ଦେଶ ଛାଡି ପଳାୟନ କରିବାକୁ ବା ଅପରାଧିକ ପ୍ରକ୍ରିୟାରୁ ରକ୍ଷା ପାଇବା ପାଇଁ ସେ ତାଙ୍କର କୁଟନୈତିକ ଅଧିକାରର ଅପବ୍ୟବହାର କରିଛନ୍ତି ବୋଲି ସିଦ୍ଧରମୟା ତାଙ୍କ ପତ୍ରରେ ଅଭିଯୋଗ କରି ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପୂର୍ବରୁ ୩୩ ବର୍ଷୀୟ ନିଲମ୍ବିତ ଜେଡିଏସ୍‌ ନେତାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ହୋଇଥିଲା। ଏପରିକି ସୋସିଆଲ୍‌ ମିଡିଆରେ ତାଙ୍କ ଚେହେରା ଥିବା ଅନେକ ଭିଡିଓ ଭାଇରାଲ୍‌ ‌ହୋଇଥିଲା। ଭିଡିଓ ଭାଇରାଲ୍‌ ହେବା ପରେ ପ୍ରଜ୍ଜ୍ବଳଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।

ତେବେ ଏନେଇ ରେବାନ୍ନା କହିଛନ୍ତି ଯେ ଭିିଡିଓଗୁଡ଼ିକ ନକଲି। ସେ ଦୁଷ୍କର୍ମ, ନିର୍ଯାତନା, ଧମକ, ବ୍ଲାକମେଲିଂ ଅଭିଯୋଗର ସମ୍ମୁଖୀନ ହୋଇଥିବା ବେଳେ ଇଣ୍ଟରପୋଲ ତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe