Image Courtesy of India TV News
ଲଖନଉ: କଂଗ୍ରେସ ଦଳ ଲଗାତାର ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଝଟକା ଦେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଚେହେରାରୁ ବାଦ ଦେବା ପରେ ଦଳ ତାଙ୍କୁ ଉତ୍ତରପ୍ରଦେଶରେ ଦଳ ପାଇଁ ପ୍ରଚାର କରିବେ ନାହିଁ ରୋକଠୋକ ଶୁଣାଇଦେଇଛି । କଂଗ୍ରେସ ଦଳ ସିଦ୍ଧୁଙ୍କ ନାମକୁ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇ ଦେଇଛି। ଏହାପୂର୍ବରୁ ମଧ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଉତ୍ତରାଖଣ୍ଡର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଥିଲା |
ବଡ କଥା ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି। ରବିବାର ଦିନ ପ୍ରକାଶିତ ୟୁପି ନିର୍ବାଚନ ପ୍ରଚାର ତାଲିକାରେ ଦଳ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ସ୍ଥାନ ଦେଇଥିବାବେଳେ ନବଜୋତଙ୍କ ନାମକୁ ବାଦ ଦିଆଯାଇଛି | ଉଭୟ ତାଲିକାରେ ସିଦ୍ଧୁଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ କରିଡରରେ ଜୋରଦାର ଆଲୋଚନା ଚାଲିଛି |
ସୂଚନା ଥାଉ କି ପଞ୍ଜାବରେ 30 ଜଣ କଂଗ୍ରେସ ନେତା ଦଳ ପାଇଁ ପ୍ରଚାର କରିବେ। ଫେବୃଆରୀ 4 ରେ ଦଳ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଥିଲା। ଏହି ତାଲିକାରେ ଦଳର ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ରହିଛି। ଏହି ତାଲିକାରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମେତ ଅନେକ ବଡ ଚେହେରା ସ୍ଥାନ ପାଇଛନ୍ତି। ସୂଚନା ଥାଉ କି ପଞ୍ଜାବ ପାଇଁ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା । କଂଗ୍ରେସ ପୁଣି ଥରେ ଚରଣଜିତ୍ ସିଂହ ଚନ୍ନିଙ୍କୁ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛି । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୁଧିଆନାରେ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି ଆଗାମୀ ମତଦାନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ |
Follow Us