ହାରି‌ଲେ ସିଦ୍ଧୁ: ଆପ୍‌ ପ୍ରାର୍ଥୀଙ୍କ ଆଶ୍ଚର୍ଯ୍ୟଜନକ ବିଜୟ

Advertisment
ଏଥର ଆଇପିଏଲରେ ଶୁଣିବାକୁ ମିଳିବ ସିଦ୍ଧୁଙ୍କ କମେଣ୍ଟ୍ରି

Image Courtesy of Zee News

ଅମୃତସର : ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରୁ ହାରି ଯାଇଛନ୍ତି। ସିଦ୍ଧୁ ପ୍ରଥମ ଥର ପାଇଁ ନିର୍ବାଚନରେ ହାରିଛନ୍ତି। ଆପ୍‌ର ଜୀବନ ଜ୍ୟୋତ କୌରଙ୍କଠାରୁ ସିଦ୍ଧୁ ୬,୭୫୦ ଭୋଟ୍‌ ବ୍ୟବଧାନରେ ହାରି ଯାଇଛନ୍ତି। ସିରୋମଣୀ ଅକାଳୀ ଦଳ ନେତା ଏବଂ ପୂର୍ବତନ ପଂଜାବ ମନ୍ତ୍ରୀ ବିକ୍ରମ ସିଂହ ମାଜିଥିଆ ଏବଂ ବିଜେପିର ଜଗମୋହନ ସିଂହ ରାଜୁ ମଧ୍ୟ ଅମୃତସର ପୂର୍ବ ଆସନରେ ନିର୍ବାଚନ ଲଢ଼ିଥିଲେ। ଏଠାରେ ସିଦ୍ଧୁ ଏବଂ ବିକ୍ରମ ସିଂହ ମାଜିଥିଆଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଥିଲା। କିନ୍ତୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଏହି ଆସନ‌‌ରେ ଆପ୍‌ର ଜୀବନ ଜ୍ୟୋତ କୌରଙ୍କ ବିଜୟ ହୋଇଛି। ଗତ କିଛିମାସ ହେଲା କଂଗ୍ରେସରେ ଅନ୍ତଃକନ୍ଦଳ ଲାଗି ରହିଛି। ଏଥିପାଇଁ କଂଗ୍ରେସକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ନିଜ ନିର୍ବାଚନମଣ୍ଡଳୀରେ ଅନୁପସ୍ଥିତ ରହିବା ଏବଂ କାଉନସିଲର ଓ ଭୋଟରଙ୍କ ସହ କମ୍‌ ସମ୍ପର୍କ ଯୋଗୁ ସେ ହାରି ଯାଇଛନ୍ତି। କ୍ରିକେଟର୍‌ରୁ ରାଜନେତା ହୋଇଥିବା ସିଦ୍ଧୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରାଜନୀତିରେ ସକ୍ରିୟ ରହିଛନ୍ତି।

ଲୋକଙ୍କ ସ୍ବର ‌ହେଉଛି ଭଗବାନଙ୍କ ସ୍ବର: ସିଦ୍ଧୁ
ଚଣ୍ଡୀଗଡ଼ : ପଂଜାବରେ ଆପ୍‌ର ଚମକପ୍ରଦ ବିଜୟ ପାଇଁ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଆପ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସିଦ୍ଧୁ କହିଛନ୍ତି, ଲୋକଙ୍କ ସ୍ବର ‌ହେଉଛି ଭଗବାନଙ୍କ ସ୍ବର। ପଂଜାବରେ ଲୋକଙ୍କ ମତକୁ ସମ୍ମାନର ସହ ଗ୍ରହଣ କରୁଛୁ। ଇତି ମଧ୍ୟରେ କଂଗ୍ରେସ ପଞ୍ଜାବ ପ୍ରଭାରୀ ହରୀଶ ଚୌଧୁରୀ ପଞ୍ଜାବରେ ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ପଂଜାବରେ ୧୧୭ ଆସନରୁ ଆପ୍‌ ୯୨ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ମାତ୍ର ୧୮ଟି ଏବଂ ସିରୋମଣୀ ଅକାଳୀ ଦଳକୁ ୪ଟି ଆସନ ମିଳିଛି। ସିଦ୍ଧୁ ବି ଅମୃତସର ପୂର୍ବ ଆସନରୁ ହାରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe