photo-hindustan times
ଚଣ୍ଡୀଗଡ଼: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଗତକାଲି କଂଗ୍ରେସ ନେତା ଚନ୍ନି ହିଁ ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି ଘୋଷଣା କରିଥିଲେ | ତେବେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ତଥା କଂଗ୍ରେସ ନେତ୍ରୀ ନବଜୋତ କୌର ସିଦ୍ଧୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଗରିବ ପୃଷ୍ଠଭୂମିକୁ ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଚନ୍ନିଙ୍କୁ ଗରିବ ବୋଲି ଭାବିବା ଏକ ଭୁଲ ଧାରଣା | ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତାଙ୍କ ସ୍ୱାମୀ ତଥା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ସଠିକ୍ ପସନ୍ଦ ହୋଇଥାନ୍ତେ |
କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଭ୍ରମିତ କରାଯାଇଛି ଯେ ଚନ୍ନି ଜଣେ ଗରିବ | ଏଥିସହିତ ଆମ୍ ଆଦମୀ ପାର୍ଟି ପକ୍ଷରୁ ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଚେହେରା ଭଗବତ ମାନ ମଧ୍ୟ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ପ୍ରଶ୍ନ କରିଛନ୍ତି ଯେ ଚନ୍ନି କେଉଁ ଦିଗରୁ ଜଣେ ଗରିବ? ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ହିଁ ପଂଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘୋଷଣା କରିଥିଲେ । ଲୁଧିଆନାରେ ଦଳର ଏକ ରାଲିରେ ଚନ୍ନି, ସିଦ୍ଧୁ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ରାହୁଲ ଏହି ଘୋଷଣା କରିଥିଲେ । ରାହୁଲ କହିଥିଲେ ଯେ ପଂଜାବର ଲୋକଙ୍କ ନିଷ୍ପତ୍ତି ଅନୁଯାୟୀ ହିଁ ଦଳ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁଛି ।
ଚନ୍ନି ଗରିବ ଘରର ପୁଅ ଏବଂ ଗରିବଙ୍କ ସମସ୍ୟା ବୁଝନ୍ତି। ତାଙ୍କ ହୃଦୟରେ ଓ ରକ୍ତରେ ପଂଜାବ ରହିଛି ବୋଲି ରାହୁଲ କହିଥିଲେ | ଏହାକୁ ନେଇ ସିଦ୍ଧୁ କହିଥିଲେ ଯେ, ମତେ କ୍ଷମତା ନ ମିଳିଲେ ବି ଆପଣ (ରାହୁଲ) ଯାହାକୁ ମୁଖ୍ୟମନ୍ତ୍ରୀ କରିବେ ମୁଁ ତାଙ୍କ ସହିତ ହସି ହସି କାମ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ ତିନି ଦିନ ତଳେ ସିଦ୍ଧୁ ଚନ୍ନିଙ୍କ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ବକୁ ଚ୍ୟାଲେଂଜ କରିବା ସହ ଦଳର ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
Follow Us