ନୂଆଦିଲ୍ଲୀ: ନୂଆ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ନିଯୁକ୍ତି ପାଇବା ପରେ ପୁଣି ଆସିଛି ଆଉ ଏକ ଖୁସି ଖବର | ସରକାର ମଙ୍ଗଳବାର ଦିନ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସି(ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ)ର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି | ସିଦ୍ଧାର୍ଥ ମହାନ୍ତି ଆସନ୍ତା ଫେବୃଆରୀ ୧ ରୁ ଭାରତର ସବୁଠାରୁ ବଡ ଜୀବନ ବୀମା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (MD) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଭାବରେ ଦାୟିତ୍ୱ ନେବେ । ବର୍ତ୍ତମାନ ଏଲଆଇସିର ହାଉସିଂ ଫାଇନାନ୍ସର ସିଇଓ ଭାବେ କାମ କରୁଥିବା ଶ୍ରୀ ମହାନ୍ତି ୩୦ ଜୁନ୍ ୨୦୨୩ ରେ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ | ବର୍ତ୍ତମାନ ଏଲଆଇସିର ପ୍ରବନ୍ଧ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଟିସି ସୁଶୀଲ କୁମାର ଜାନୁୟାରୀ ୩୧, ୨୦୨୧ ରେ ଅବସର ନେବାକୁ ଯାଉଛନ୍ତି। ଆଉ ଏହା ପରେ ସିଦ୍ଧାର୍ଥ ମହାନ୍ତି ଏହି ନୂଆ ପଦ ସମ୍ଭାଳିବେ |
କ୍ୟାବିନେଟ୍ ନିଯୁକ୍ତି କମିଟି (ଏସିସି) ଏଲଆଇସି ହାଉସିଂ ଫାଇନାନ୍ସର ସିଇଓ ଶ୍ରୀ ସିଦ୍ଧାର୍ଥ ମହାନ୍ତିଙ୍କୁ ନିଯୁକ୍ତ କରିବାକୁ ଆର୍ଥିକ ସେବା ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛି। ସୂଚନା ଥାଉ କି ଏଲଆଇସିରେ ସର୍ବୋଚ୍ଚ ସ୍ତରରେ ଚାରିଜଣ ଅଧିକାରୀ ଏବଂ ଜଣେ ଅଧ୍ୟକ୍ଷ ରହିଥାନ୍ତି | ସମ୍ପ୍ରତି ଏମଆର କୁମାର କମ୍ପାନୀର ଚେୟାରମ୍ୟାନ୍ ଥିବାବେଳେ ଏବଂ ଟିସି ସୁଶୀଲ କୁମାର, ବିପିନ୍ ଆନନ୍ଦ, ମୁକେଶ କୁମାର ଗୁପ୍ତା ଏବଂ ରାଜ କୁମାର ଏଲଆଇସିର ସିଇଓ ଭାବରେ କାର୍ଯ୍ୟ କରୁଛନ୍ତି।
ଶ୍ରୀ ମହାନ୍ତି ବର୍ତ୍ତମାନ ଏଲଆଇସି ହାଉସିଂ ଫାଇନାନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି | ଏହାପୂର୍ବରୁ ସେ ଏଲଆଇସି ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସହ ଆଇନ ବିଭାଗରେ କାର୍ଯ୍ୟ କରିଥିଲେ।
Follow Us