ସିଦ୍ଧୁ କଂଗ୍ରେସ ଛାଡ଼ି ଆପ୍‌କୁ ଯିବେ ନାହିଁ: ଅମରିନ୍ଦର

Advertisment
ସିଦ୍ଧୁ କଂଗ୍ରେସ ଛାଡ଼ି ଆପ୍‌କୁ ଯିବେ ନାହିଁ: ଅମରିନ୍ଦର

photo-oneindia

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ସାଜିଥିବା ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ଛାଡି଼ ଆମ୍ ଆଦମୀ ପାର୍ଟି(ଆପ୍)ରେ ଯୋଗଦେବେ ବୋଲି ଶୁଣାଯାଉଥିବା ଗୁଜବକୁ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଖଣ୍ତନ କରିଛନ୍ତିା ମୁଖ୍ୟମନ୍ତ୍ରୀଙ୍କର ଜଣେ ପ୍ରମୁଖ ସମାଲୋଚକ ଏବଂ ପ୍ରତିଦ୍ବନ୍ଦୀ ଭାବେ ବିବେଚିତ ସିଦ୍ଧୁ ପୂର୍ଣ୍ଣମାତ୍ରାରେ କଂଗ୍ରେସରେ ରହିଛନ୍ତି ଏବଂ ଆପ୍‌କୁ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଅମରିନ୍ଦର ସ୍ପଷ୍ଟ କରିଛନ୍ତିା ନିର୍ବାଚନ ପରିଚାଳନା

ବିଶେଷଜ୍ଞ ପ୍ରଶାନ୍ତ କିଶୋର ଏ ସମ୍ପର୍କରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଏବଂ ସିଦ୍ଧୁଙ୍କ ଭିତରେ କଥାବାର୍ତ୍ତା କରାଇଥିବା କଥା ବିଶ୍ବାସ କରାଯାଉଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ସହ ଆଲୋଚନା କରି ଅମରିନ୍ଦର ଏପରି ସ୍ପଷ୍ଟ ହୋଇଛନ୍ତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ନାନା ବାଦବିବାଦ ପରେ ୫୬ ବର୍ଷୀୟ ସିଦ୍ଧୁ ଗତବର୍ଷ ପଞ୍ଜାବ ମନ୍ତ୍ରୀମଣ୍ତଳରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe