ଚନ୍ନିଙ୍କୁ ଭେଟିଲେ ସିଦ୍ଧୁ, ପଂଜାବ କଂଗ୍ରେସ ମୁଖ୍ୟ ପଦରେ ରହିପାରନ୍ତି

Advertisment
ଚନ୍ନିଙ୍କୁ ଭେଟିଲେ ସିଦ୍ଧୁ, ପଂଜାବ କଂଗ୍ରେସ ମୁଖ୍ୟ ପଦରେ ରହିପାରନ୍ତି

ଅମୃତସର : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ‌କ’ଣ ଆଲୋଚନା ହୋଇଛି ତାହା ବିସ୍ତୃତ ଭାବେ ଜଣାପଡ଼ି ନାହିଁ। ପଂଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ସିଦ୍ଧୁ ତାଙ୍କ ନିଷ୍ପତ୍ତି ବଦଳାଇ ପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ସିଦ୍ଧୁ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ସେସବୁ ଆସନ୍ତା ଅକ୍ଟୋବର ୪ ତାରିଖ କ୍ୟାବିନେଟ୍‌ରେ ଉପସ୍ଥାପନ କରାଯିବ। ସିଦ୍ଧୁ ମୁଖ୍ୟତଃ କ୍ୟାବିନେଟ୍‌ ନିଯୁକ୍ତିକୁ ବିରୋଧ କରି ଇସ୍ତଫା ଦେଇଥିଲେ। ମିଳିଥିବା ସୂଚନାନୁଯାୟୀ ଚନ୍ନି ଏକ ଶୀର୍ଷ ନିଯୁକ୍ତିକୁ ପ୍ରତ୍ୟାହାର କରିପାରନ୍ତି। ଉଭୟଙ୍କ ମଧ୍ୟରେ ଆଜି ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା।

ଉଲ୍ଲେଖଯୋଗ୍ୟ, ସିଦ୍ଧୁ କେତେକ ମନ୍ତ୍ରୀ, ପୁଲିସ ମୁଖ୍ୟ ଏବଂ ଏଟର୍ଣ୍ଣି ଜେନେରାଲ୍‌ଙ୍କ ନିଯୁକ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଏହି କାରଣ ପାଇଁ ପଂଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଚନ୍ନି ସିଦ୍ଧୁଙ୍କ ଦାବିରୁ କୌଣସି ଗୋଟିଏ ଦାବି ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଆଜି ସିଦ୍ଧୁ ଚନ୍ନିଙ୍କୁ ଭେଟିବାପାଇଁ ଯିବା ପୂର୍ବରୁ ତାଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତାଫା କହିଛନ୍ତି, ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ। କଂଗ୍ରେସ ନେତୃବୃନ୍ଦ ସିଦ୍ଧୁଙ୍କ ଉଦ୍‌ବେଗକୁ ବୁଝିପାରିଛନ୍ତି ଏବଂ ସିଦ୍ଧୁ ମଧ୍ୟ ଏ ଦିଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe