ମୁସେୱାଲାଙ୍କୁ ହତ୍ୟା ଘଟଣା: ଷଷ୍ଠ ସୁଟର ଓ ତାଙ୍କର ୨ସହଯୋଗୀଙ୍କୁ ଗିରଫ କଲା ପଞ୍ଜାବ ପୁଲିସ

Advertisment
ମୁସେୱାଲାଙ୍କୁ ହତ୍ୟା ଘଟଣା: ଷଷ୍ଠ ସୁଟର ଓ ତାଙ୍କର ୨ସହଯୋଗୀଙ୍କୁ ଗିରଫ କଲା ପଞ୍ଜାବ ପୁଲିସ

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେରାର ଥିବା ଷଷ୍ଠ ସୁଟର ଦୀପକ ମୁଣ୍ଡିଙ୍କୁ ପଞ୍ଜାବ ପୁଲିସ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଅପରେସନ ସମୟରେ ତାଙ୍କର ଦୁଇ ସହଯୋଗୀ କପିଲ ପଣ୍ଡିତ ଏବଂ ରଜିନ୍ଦରଙ୍କୁ ମଧ୍ୟ ଗିରଫ କରାଯାଇଛି।

ପଞ୍ଜାବ ପୁଲିସ, କେନ୍ଦ୍ରୀୟ ଏଜେନ୍ସି ଏବଂ ଦିଲ୍ଲୀ ପୁଲିସ ସହ ମିଳିତ ଅପରେସନ କରି ସିଦ୍ଧୁ ମୁସେୱାଲାଙ୍କ ଉପରେ ଗୁଳି ଚଳାଇଥିବା ଦୀପକ ମୁଣ୍ଡି ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନଙ୍କ ନିର୍ଦ୍ଦେଶରେ ଏହା କରାଯାଇଥିବା କହିଛନ୍ତି ପଞ୍ଜାବର ଡିଜିପି ଗୌରବ ଯାଦବ।

ଅନ୍ୟ ଏକ ଟ୍ବିଟରେ ଡିଜିପି ଗୌରବ ଯାଦବ ଲେଖିଛନ୍ତି ଯେ, ଗୁଇନ୍ଦା ଭିତ୍ତିକ ଅପରେସନର ଶେଷରେ ପଶ୍ଚିମବଙ୍ଗ - ନେପାଳ ସୀମାରେ ଏଜିଟିଏଫ ଦଳ ଦ୍ୱାରା ଦୀପକ, କପିଲ ପଣ୍ଡିତ ଏବଂ ରଜିନ୍ଦରଙ୍କୁ ଗିରଫ କରାଯାଇଛି। ଦୀପକ ବୋଲେରୋରେ ଥିବା ସୁଟରଙ୍କ ମଧ୍ୟରୁ ଜଣେ ଥିବା ବେଳେ କପିଲ ପଣ୍ଡିତ ଏବଂ ରଜିନ୍ଦର ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଅଭିଯୁକ୍ତଙ୍କୁ ଲୁଚାଇବା ସହିତ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe