ପଞ୍ଜାବ ପୁଲିସର ଏନକାଉଣ୍ଟରରେ ୪ଗ୍ୟାଙ୍ଗଷ୍ଟର ସଫା, ୪ଜଣଙ୍କ ମଧ୍ୟରେ ଥିଲା ମୁସେୱାଲାଙ୍କ ହତ୍ୟାକାରୀ !

Advertisment

ଆହତ ହେଲେ ୩ଜଣ ପୁଲିସକର୍ମୀ

ଆହତ ହେଲେ ୩ଜଣ ପୁଲିସକର୍ମୀ

ପଞ୍ଜାବ ପୁଲିସର ଏନକାଉଣ୍ଟରରେ ୪ଗ୍ୟାଙ୍ଗଷ୍ଟର ସଫା, ୪ଜଣଙ୍କ ମଧ୍ୟରେ ଥିଲା ମୁସେୱାଲାଙ୍କ ହତ୍ୟାକାରୀ !

zeenews

ଚଣ୍ଡୀଗଡ: ପଞ୍ଜାବ ପୁଲିସର ଏନକାଉଣ୍ଟରରେ ୪ଗ୍ୟାଙ୍ଗଷ୍ଟର ସଫା। ଆଜି ସକାଳୁ ପଞ୍ଜାବର ଅମୃତସର ଜିଲ୍ଲାର ଚିଚା ଭକନା ଗ୍ରାମରେ ପୁଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏବେ ଏନକାଉଣ୍ଟର ଶେଷ ହୋଇଥିବା ବେଳେ ଗୁଳିଚାଳନା ବନ୍ଦ ହୋଇଛି। ଏହି ଏନକାଉଣ୍ଟରରେ ସମସ୍ତ ୪ଜଣ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ସାଧାରଣ ନାଗରିକ ଓ ୩ଜଣ ପୁଲିସକର୍ମୀ ଆହତ ହୋଇଥିବା ଜଣାପଡ଼ିଛି।

ଏବେ ବି କିଛି ଗ୍ୟାଙ୍ଗଷ୍ଟର ଲୁଚି ରହିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଥିବାରୁ ଭକନା ଗ୍ରାମରେ ଯାଞ୍ଚ ଜାରି ରହିଛି। ଏହା ସହ ଗ୍ରାମର ଲୋକଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଛି। ଏହି ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବ‌ା ଜଣେ ଗ୍ୟାଙ୍ଗଷ୍ଟର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସହ ଜଡିତ ଥିଲା ବୋଲି କୁହାଯାଉଛି।

मुठभेड़ में एक पत्रकार भी घायल हुआ aajtak

ପୂର୍ବରୁ ପୁଲିସ ସୂଚନା ପାଇଥିଲା ଯେ ଗାଁରେ ଦୁଇଜଣ ଗ୍ୟାଙ୍ଗଷ୍ଟର ଲୁଚି ରହିଛନ୍ତି। କିନ୍ତୁ ପରେ ଗାଁର ପୁରୁଣା ମହଲରେ ୪ଜଣ ସୁଟର ଲୁଚି ରହିଥିବା ଜଣାପଡ଼ିଥିଲା। ଏବେ ସମସ୍ତ ୪ଜଣଙ୍କ ଏନକାଉଣ୍ଟର ପରେ ପୁରୁଣା ମହଲର ଯାଞ୍ଚ କରାଯାଉଛି। ଏହା ସହ ଘଟଣାସ୍ଥଳରେ ପ୍ରାୟ ୩୦୦ ପୁଲିସକର୍ମୀ ଉପସ୍ଥିତ ରହିଥିବା କୁହାଯାଉଛି। ଗତ ୫ ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିବା ବେଳେ ଅମୃତସର ଏସଏଚଓ ସୁଖବୀର ସିଂଙ୍କ ବିବୃତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ବର୍ତ୍ତମାନ ଗାଁରେ ଲୁଚି ରହିଥିବା ଯୁବକମାନେ ଗ୍ୟାଙ୍ଗଷ୍ଟର ନା ଆତଙ୍କବାଦୀ ତାହା କୁହାଯାଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe