ପଞ୍ଚଭୂତରେ ଲୀନ ହେ‌ଲେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ, ଟ୍ରାକ୍ଟରରେ ଶ୍ମଶାନକୁ ଗଲା ମରଶରୀର

Advertisment
ପଞ୍ଚଭୂତରେ ଲୀନ ହେ‌ଲେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ, ଟ୍ରାକ୍ଟରରେ ଶ୍ମଶାନକୁ ଗଲା ମରଶରୀର

aajtak

ଚଣ୍ଡୀଗଡ଼: ପଞ୍ଚଭୂତରେ ଲୀନ ହେ‌ଲେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁଜ୍ ୱାଲା। ରବିବାର ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଆଜି ତାଙ୍କର ଅନ୍ତି ସଂସ୍କାର କରାଯାଇଛି। ଲୁହଭିଜା ଆଖିରେ ଓ କୋହଭରା ମନରେ ଆଜି ସିଦ୍ଧୁଙ୍କ ପରିବାର ଓ ପ୍ରଶଂସକ ତାଙ୍କୁ ବିଦାୟ ଦେଇଛନ୍ତି। ଶ୍ମଶାନକୁ ନିଆଯିବା ପୂର୍ବରୁ ସିଦ୍ଧୁଙ୍କ ମରଶରୀରକୁ  ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ସିଦ୍ଧୁଙ୍କ ମୃତଦେହକୁ ଡାକ୍ତରଖାନାରୁ ଏକ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ତାଙ୍କ ଗାଁ ମୁସାକୁ ଅଣାଯାଇଥିଲା। ଏହି ଗାଡ଼ିଟି ହେଉଛି ତାଙ୍କର ସବୁଠାରୁ ପ୍ରିୟ ଏଚଏମଟି ୫୯୧୧ ଟ୍ରାକ୍ଟର।

publive-image aajtak

ଅନ୍ତିମ ସଂସ୍କାର ପାଇଁ ଟ୍ରାକ୍ଟରକୁ ଫୁଲରେ ସଜା ଯାଇଥିବା ବେଳେ ଗାଡ଼ି ଆଗରେ ସିଦ୍ଧୁଙ୍କ ଫଟୋ ଲଗାଯାଇଥିଲା। ଏହା ସହ ସିଦ୍ଧୁ ବନ୍ଧୁକକୁ ଭଲ ପାଉଥିବାରୁ ଟ୍ରାକ୍ଟର ଆଗରେ ଷ୍ଟିଲରେ ତିଆରି ‌ହୋଇଥିବା ପ୍ରତୀକାତ୍ମକ ଏକ-୪୭ ରଖାଯାଇଥିଲା। ସିଦ୍ଧୁ ନିଜ ଟ୍ରାକ୍ଟରକୁ ଭିନ୍ନ ଢ଼ଙ୍ଗରେ ସଜାଇ ରଖିଥିବା ସହ ଏହାକୁ ନିଜ ମ୍ୟୁଜିକ ଭିଡିଓରେ ବ୍ୟବହାର କରୁୁଥିଲେ। ଏମିତିକି ସିଦ୍ଧୁ ମୁସେୱାଲା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲର ନାମ '୫୯୧୧ ରେକର୍ଡ' ମଧ୍ୟ ରଖିଥିଲେ। ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଏବେ ୧.୬୨ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ମାନସା ଜିଲ୍ଲାରେ କଂଗ୍ରେସ ନେତା ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁଜ୍ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲ‌ା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe