୨ଟି ବୁଲେଟ ପ୍ରୁଫ ଗାଡ଼ି ଓ ୫୦ଜଣ ପୁଲିସକର୍ମୀ; କଡ଼ା ସୁରକ୍ଷା ମଧ୍ୟରେ ପଞ୍ଜାବ ଯିବ ଗ୍ୟାଙ୍ଗଷ୍ଟର ଲରେନ୍ସ

୨ଟି ବୁଲେଟ ପ୍ରୁଫ ଗାଡ଼ି ଓ ୫୦ଜଣ ପୁଲିସକର୍ମୀ; କଡ଼ା ସୁରକ୍ଷା ମଧ୍ୟରେ ପଞ୍ଜାବ ଯିବ ଗ୍ୟାଙ୍ଗଷ୍ଟର ଲରେନ୍ସ

ଚଣ୍ଡୀଗଡ଼: ଶେଷରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଟ୍ରାନଜିଟ୍ ରିମାଣ୍ଡରେ ନେବା ପାଇଁ ପଞ୍ଜାବ ପୁଲିସକୁ ମିଳିଲା ଅନୁମତି। ଦିଲ୍ଲୀ କୋର୍ଟରେ ଲରେନ୍ସ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପଞ୍ଜାବ ପୁଲିସ କହିବା ପରେ ପଚରାଉଚରା ପାଇଁ ଲରେନ୍ସକୁ ପଞ୍ଜାବ ପଠାଇବାକୁ ରାଜି ହୋଇଛନ୍ତି କୋର୍ଟ। ପଞ୍ଜାବ ନିଆଯିବା ସମୟରେ ତାଙ୍କୁ ଉପଯୁକ୍ତ ସୁରକ୍ଷା ଦିଆଯିବ ବୋଲି କୋର୍ଟରେ ପଞ୍ଜାବ ପକ୍ଷରୁ ହାଜର ହୋଇଥିବା ଓକିଲ ଅନମୋଲ ରତନ ପ୍ରତିଶ୍ରୁତି ଦେଇଛନ୍ତି।

ପଟିଆଲା ହାଉସ କୋର୍ଟରେ ସେ କହିଛନ୍ତି, "ପଞ୍ଜାବ ପୁଲିସର ପ୍ରାୟ ୫୦ଜଣ ପୁଲିସ, ଦୁଇଟି ବୁଲେଟପ୍ରୁଫ୍ ଗାଡି ଏବଂ ୧୨ ଟି ଯାନ ରହିବ ଯାହାକୁ ଲରେନ୍ସଙ୍କ ସୁରକ୍ଷାରେ ନିୟୋଜିତ କରାଯିବ। ପଞ୍ଜାବ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକ ରୁଟର ଭିଡିଓ ରେକର୍ଡ କରାଯିବ। ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯାହା ବି ହେବ ତାହା ସମ୍ପୂର୍ଣ୍ଣ ରୂପେ ପାଳନ କରାଯିବ।

publive-image

‌ଉଲ୍ଲେଖଯୋଗ୍ୟ, ମେ’ ୨୮ରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ସରକାର। ୪୨୪ ଜଣ ଭିଆଇପି ସୁରକ୍ଷା ଆବଶ୍ୟକ କରନ୍ତି କି ନାହିଁ ତାହା ଉପରେ ଆଲୋଚନା କରି ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ଏହି ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା।  ସିଦ୍ଧୁଙ୍କୁ ହତ୍ୟା କରାଯିବା ପରେ ପଞ୍ଜାବ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ନିଷ୍ପତ୍ତି ଉପରେ ରୋକ ଲଗାଇ ସରକାରଙ୍କୁ ତାଗିଦ୍ କରିଥିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ। ତାଗିଦ ପରେ ଏବେ ପଞ୍ଜାବ ସରକାର ନିଷ୍ପତ୍ତି ବଦଳାଇ ଜୁନ୍ ୭ରୁ ସେମାନଙ୍କୁ ପୁନର୍ବାର ସୁରକ୍ଷା ଦିଆଯିବ ବୋଲି ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe