ସିଦ୍ଧୁ ମୁସେୱାଲା ହତ୍ୟାକାରୀ ମାନିଲା: ସଲମାନ ଖାନ୍‌ଙ୍କୁ ମାରିବା ପାଇଁ ଯୋଜନା କରିଥିଲା

Advertisment
ସିଦ୍ଧୁ ମୁସେୱାଲା ହତ୍ୟାକାରୀ ମାନିଲା: ସଲମାନ ଖାନ୍‌ଙ୍କୁ ମାରିବା ପାଇଁ ଯୋଜନା କରିଥିଲା

Filmfare.com

ଅମୃତସର : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ବିଷ୍ଣୋଇକୁ ପଞ୍ଜାବ ପୁଲିସ ଜେରା କଲା ବେଳେ ସେ ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ଘଟଣାରେ ବଲିଉଡ୍ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ବୋଲି ସ୍ବୀକାର କରିଛି। ଗ୍ୟାଙ୍ଗ୍‌ଷ୍ଟର ବିଷ୍ଣୋଇ କହିଛି ଯେ ସେ ସଲମାନଙ୍କୁ ଏକ ଶିକ୍ଷା ଦେବା ପାଇଁ ୨୦୧୮ରେ ତାଙ୍କ ହତ୍ୟାର ଯୋଜନା କରିଥିଲା।

ବିଷ୍ଣୋଇ ସଲମାନଙ୍କୁ ମାରିବା ପାଇଁ ଗ୍ୟାଙ୍ଗ୍‌ଷ୍ଟର ସମ୍ପତ ନେହରାକୁ ମୁମ୍ବାଇ ପଠାଇଥିଲା। ନେହରା ସଲମାନଙ୍କ ଘର ଚାରିପଟେ ବୁଲାବୁଲି କରୁଥିଲା। କିନ୍ତୁ ତା’ ପାଖରେ ଗୋଟିଏ ପିସ୍ତଲ ଛଡ଼ା ଆଉ କିଛି ଅସ୍ତ୍ର ନ ଥିଲା ଯେଉଁଥିରେ ଦୂରରୁ ଗୁଳି ମାରିହେବ। ତେଣୁ ବିଷ୍ଣୋଇ ୪ ଲକ୍ଷ ଟଙ୍କା ଦେଇ ଏକ ସ୍ବତନ୍ତ୍ର ରାଇଫଲ ମଗାଇଥିଲା। କିନ୍ତୁ ୨୦୧୮ରେ ପୁଲିସ ଦିନେଶ ଡଗର ପାଖରୁ ଉକ୍ତ ସ୍ପ୍ରିଙ୍ଗ୍ ରାଇଫଲଟି ଜବତ କରିଥିଲା, ଯାହାକୁ ସେ ଦିନେଶ ଦ୍ବାରା ମଗାଇଥିଲା। ତେଣୁ ତା’ର ସଲମାନଙ୍କ ହତ୍ୟା ଯୋଜନା ଭଣ୍ଡୁର ହୋଇଯାଇଥିଲା। ସଲମାନ ଖାନ୍‌ଙ୍କ କୃଷ୍ଣସାର ଶିକାର ମାମଲାରେ ଲଢ଼ୁଥିବା ଓକିଲ ହସ୍ତିମଲ ସାରସ୍ବତ ଜୁଲାଇ ୬ରେ ଅଭିଯୋଗ କରିଥିଲେ ଯେ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ତାଙ୍କୁ ହତ୍ୟା ଧମକ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe