ପ୍ରଥମ ରାତିରେ ଜେଲ୍‌ର ରାତ୍ର ଭୋଜନ ଖାଇଲେ ନାହିଁ ସିଦ୍ଧୁ, କେବଳ ଔଷଧ ଖାଇଲେ

Advertisment
ପ୍ରଥମ ରାତିରେ ଜେଲ୍‌ର ରାତ୍ର ଭୋଜନ ଖାଇଲେ ନାହିଁ ସିଦ୍ଧୁ, କେବଳ ଔଷଧ ଖାଇଲେ

ଚଣ୍ଡୀଗଡ଼: ଭୋଜନ କରି ସାରିଛନ୍ତି ବୋଲି କହି ନବଜୋତ୍‌ ସିଂହ ସିଦ୍ଧୁ ଶୁକ୍ରବାର ରାତିରେ ପଟିଆଲା ସେଣ୍ଟ୍ରାଲ୍‌ ଜେଲ୍‌ରେ ରାତ୍ର ଭୋଜନ କଲେ ନାହିଁ, କିନ୍ତୁ କିଛି ଔଷଧ ଖାଇଲେ ବୋଲି ଜଣେ ଜେଲ୍‌ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି, ସିଦ୍ଧୁଙ୍କ ମିଜାଜ୍‌ ଭଲ ଥିଲା ଓ ଜେଲ୍‌ ନିୟମ ମାନୁଛନ୍ତି। ତାଙ୍କ ପାଇଁ କୌଣସି ସ୍ବତନ୍ତ୍ର ଭୋଜନ ପ୍ରସ୍ତୁତ କରାଯାଇ ନ ଥିଲା। କ‌ୌଣସି ଡାକ୍ତର ପରାମର୍ଶ ଦେଲେ ସେ ଜେଲ୍‌ କ୍ୟାଣ୍ଟିନ୍‌ କିଣି ଖାଇପାରିବେ କିଂବା ନିଜେ ରାନ୍ଧି ପାରିବେ।

publive-image Image Courtesy of RobetNews

ସିଦ୍ଧୁଙ୍କୁ ସଶ୍ରମ କାରାଦଣ୍ଡାଦେଶ ହୋଇଥିବାରୁ ତାଙ୍କୁ ‘ଜେଲ୍‌ ମାନୁଆଲ୍‌’ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ। ‘ଜେଲ୍‌ ମାନୁଆଲ୍‌’ ଅନୁସାରେ, ଜେଣ ଅଣକୁଶଳୀ ଅନ୍ତେଃବାସୀ ଦୈନିକ ଟ. ୪୦/- ଓ କୁଶଳୀ ଅନ୍ତେଃବାସୀ ଦୈନିକ ଟ. ୬୦/- ପାରିଶ୍ରମିକ ପାଇବେ।

publive-image Image Courtesy of India Today

ଉଲ୍ଲେଖଯୋଗ୍ୟ, ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଆତ୍ମସମର୍ପଣ ନିମନ୍ତେ ସୁପ୍ରିମ୍‌ କୋର୍ଟଙ୍କୁ ନିବେଦନ କରିଥିଲେ। କିନ୍ତୁ, ସୁପ୍ରିମ୍‌ କୋର୍ଟ ତାହା ଅଗ୍ରାହ୍ୟ କରି ଦେବାରୁ ଅପରାହ୍ଣ ୪ଟା ପରେ ସିଦ୍ଧୁ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଅମିତ ମଲହନ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ ‘କନ୍‌ଭିକ୍ସନ୍‌ ୱାରେଣ୍ଟ୍‌’ରେ ସ୍ବାକ୍ଷର କରି ସିଦ୍ଧୁଙ୍କୁ ଜେଲ୍‌ ପଠାଇବା ପାଇଁ ଆଦେଶ ଦେଇଥିଲେ।

ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ତାଙ୍କୁ ‘ମାତା କୌଶଲ୍ୟା ହସ୍ପିଟାଲ୍‌’କୁ ନିଆଯାଇଥିଲା। ସେଠାରୁ ତାଙ୍କୁ ତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଜେଲ୍‌ ବାରାକ୍‌କୁ ପଠାଯାଇଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ଜେଲ୍‌ରେ ସିଦ୍ଧୁଙ୍କୁ ଗୋଟାଏ ଟେବୁଲ୍‌, ଗୋଟାଏ ଚେଆର୍‌, ଦୁଇଟି ପଗଡ଼ି, ଗୋଟାଏ ଆଲମାରି, ଗୋଟାଏ କମ୍ବଳ, ତିନି ହଳ ଅନ୍ତର୍ବାସ, ଦୁଇଟି ଟାୱେଲ୍‌, ଗୋଟାଏ ମଶାରି, ଗୋଟାଏ କଲମ, ଗୋଟାଏ ଖାତା, ହଳେ ଜୋତା, ଦୁଇଟି ବେଡ୍‌ସିଟ୍‌, ଚାରି ହଳ କୁର୍ତ୍ତା ପାଇଜାମା ଏବଂ ଦୁଇଟି ତକିଆ ଖୋଳ ଦିଆଯିବ।

୧୯୮୮ ‘ରୋଡ୍‌ ରେଜ୍‌’ ମାମଲାରେ ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେବା ପରେ ତାଙ୍କୁ କଏଦୀ ନମ୍ବର ୨୪୧୩୮୩ ଭାବେ ବାରାକ୍‌ ନମ୍ବର ୭ରେ ଅବସ୍ଥାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe