ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ; ରହିବେ ପଟିଆଲା ଜେଲରେ

Advertisment
ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ; ରହିବେ ପଟିଆଲା ଜେଲରେ

Image Courtesy: News Live

ଚଣ୍ଡିଗଡ଼: ୧୯୮୮ର ଏକ ‘ରୋଡ୍‌ ରେଜ୍‌’ ମାମଲାରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଏଠାରେ ଏକ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।

ନବତେଜ ସିଂ ଚିମାଙ୍କ ସମେତ ଦଳର କିଛି ନେତାଙ୍କ ସହ ସେ ଶୁକ୍ରବାର ଅପରାହ୍ନରେ ଜିଲ୍ଲା ଅଦାଲତରେ ପହଞ୍ଚିଥିଲେ। ଚିମା ସିଦ୍ଧୁଙ୍କୁ ଏକ ଏସୟୁଭିରେ ବସାଇ କୋର୍ଟକୁ ନେଇ ଆସିଥିଲେ।

ଅଦାଲତରେ ଆତ୍ମସମର୍ପର ପରେ ନବଜୋତ ସିଂ ସିଦ୍ଧୁଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଟିଆଲାର ମାତା କୌଶଲ୍ୟା ଡାକ୍ତରଖାନାକୁ ନିଆ ଯାଇଥିଲା। ୧୯୮୮ ର ଏକ ରୋଡ୍ ରେଜ୍ ମାମଲାରେ ସୁପ୍ରିମ୍ କୋର୍ଟ ତାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାର ଗୋଟିଏ ଦିନ ପରେ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ପଟିଆଲା ଜେଲରେ ରଖାଯିବ।

ଆଜି ସକାଳେ ସିଦ୍ଧୁ ଆତ୍ମସମର୍ପଣ କରିବାକୁ ଏବଂ ୧୯୮୮ ରୋଡ୍‌ ରେଜ୍‌ ମାମଲାରେ ତାଙ୍କ ଉପରେ ଲାଗୁ ହୋଇଥିବା ଏକ ବର୍ଷର ସଶ୍ରମ କାରାଦଣ୍ଡ ଭୋଗିବାକୁ କିଛି ସପ୍ତାହ ସମୟ ମାଗିବା ପାଇଁ ସୁପ୍ରିମ କୋର୍ଟଙ୍କ ନିକଟକୁ ଯାଇଥିଲେ।

ଏହି ମାମଲାରେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଗୁରୁବାର ଦିନ ସିଦ୍ଧୁଙ୍କ ଉପରେ ଏକ ବର୍ଷର ସଶ୍ରମ କାରାଦଣ୍ଡ ଲାଗୁ କରି କହିଥିଲେ ଯେ ଏକ୍ଷେତ୍ରରେ ପର୍ଯ୍ୟାପ୍ତ ଦଣ୍ଡ ଲାଗୁ କରିବା ପାଇଁ କୌଣସି ଅଯଥା ସହାନୁଭୂତି ନ୍ୟାୟ ବ୍ୟବସ୍ଥାକୁ ଅଧିକ କ୍ଷତି ପହଞ୍ଚାଇବ ଏବଂ ଆଇନର କାର୍ଯ୍ୟକାରିତା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe