ଚନ୍ନିଙ୍କୁ ନିଜ ଇସାରାରେ ନଚାଇବାକୁ ଚାହୁଁଥିଲେ ସିଦ୍ଧୁ, କୌଣସି ମୁଖ୍ୟମନ୍ତ୍ରୀ ଏହା ସହ୍ୟ କରିବେ ନାହିଁ: ଅମରିନ୍ଦର ସିଂହ

Advertisment

କ୍ୟାବିନେଟ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି

କ୍ୟାବିନେଟ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି

ଚନ୍ନିଙ୍କୁ ନିଜ ଇସାରାରେ ନଚାଇବାକୁ ଚାହୁଁଥିଲେ ସିଦ୍ଧୁ, କୌଣସି ମୁଖ୍ୟମନ୍ତ୍ରୀ ଏହା ସହ୍ୟ କରିବେ ନାହିଁ: ଅମରିନ୍ଦର ସିଂହ

www.indiatoday.in

ଚଣ୍ଡୀଗଡ଼: ପଞ୍ଜାବରେ ଏବେ ପୁଣି ଦେଖାଦେଇଛି ସଙ୍କଟ। ପଞ୍ଜାବ କଂଗ୍ରେସରେ ପୁଣି ଆରମ୍ଭ ହୋଇଛି କନ୍ଦଳ। କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହାର ଅନ୍ତ ଘଟିବ ବୋଲି ଆଶା କରାଯାଉଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଲାଣି। ଗତକାଲି ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ର ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ଏବେ ପୁଣି ଥରେ ପଞ୍ଜାବ କଂଗ୍ରେସ ଭୁଶୁଡିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ତେବେ ସିଦ୍ଧୁଙ୍କ ଇସ୍ତଫା ପରେ ଆଜି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି କ୍ୟାବିନେଟ ବୈଠକ ଡକାଇଛନ୍ତି।

Sidhu's resignation triggers crisis in Punjab Congress, CM Channi summons cabinet | 10 points - India News indiatoday

ଅନ୍ୟପକ୍ଷରେ ସିଦ୍ଧୁଙ୍କ ଇସ୍ତଫା ପରେ ତାଙ୍କୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସେ କହିଛନ୍ତି ଯେ, ଚନ୍ନିଙ୍କୁ ନିଜ ଇସାରାରେ ନଚାଇବାକୁ ଚାହୁଁଥିଲେ ସିଦ୍ଧୁ। କିନ୍ତୁ କୌଣସି ମୁଖ୍ୟମନ୍ତ୍ରୀ ଏହା ସହ୍ୟ କରିବେ ନାହିଁ। ରାଜ୍ୟ ଚଳାଇବା ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ଣ୍ଣ ଛାଡ ଦିଆଯିବା ଉଚିତ୍। ଯଦି ସିଦ୍ଧୁ ଭାବିବେ ଯେ ସେ ଚନ୍ନିଙ୍କ ମାଧ୍ୟମରେ ସରକାର ଚଳାଇବେ, ତେବେ ଏଭଳି ହେବା ସ୍ୱାଭାବିକ। ମୁଁ ଇସ୍ତଫା ପତ୍ର ଦେଖିଲି। ମୁଁ ଜାଣିବାକୁ ପାଇଲି ଯେ, ସେ ଅନ୍ୟ ଦଳ ସହିତ ମଧ୍ୟ କଥାବାର୍ତ୍ତା କରୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe