ନୂଆଦିଲ୍ଲୀ: ପଂଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ଣତା ବଢ଼ିଯାଇଛି ଏବଂ ରାଜନୈତିକ ଦଳମାନେ ପରସ୍ପରକୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି। ଆମ୍ ଆଦ୍ମୀ ପାର୍ଟି (ଆପ୍) ପଂଜାବରେ ଏବେ ଅଧିକ ସକ୍ରିୟ ହୋଇଉଠିଥିବା ବେଳେ ପଂଜାବ କଂଗ୍ରେସ ମଧ୍ୟ ଆପ୍କୁ ଟାର୍ଗେଟ୍ କରିଛି। ପଂଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିଲେ।
ଦିଲ୍ଲୀ ସରକାର ଠିକାରେ କାମ କରୁଥିବା ଶିକ୍ଷକଙ୍କୁ ସ୍ଥାୟୀ ଶିକ୍ଷକ ମାନ୍ୟତା ଦେବାରେ ଟାଳଟୁଳ ନୀତି ଧରିଥିବାରୁ ଏହାର ପ୍ରତିବାଦରେ ଶିକ୍ଷକଙ୍କ ସହିତ ସିଦ୍ଧୁ ଧାରଣାରେ ବସିଥିଲେ। ସିଦ୍ଧୁ ଆପ୍ ସରକାରର ଶିକ୍ଷା ନୀତିକୁ କଡ଼ା ସମାଲୋଚନା କରିବା ସହ ଆପ୍ କେବଳ ଲୋକଙ୍କୁ ବିଭ୍ରାନ୍ତ କରି ରାଜନୈତିକ ଫାଇଦା ନେବାକୁ ଚାହୁଛି ବୋଲି କହିଛନ୍ତି। ଦିଲ୍ଲୀରେ ୮ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଇଥବା ଆପ୍ କେବଳ ୪୪୦ ଜଣଙ୍କୁ ନିଯୁକ୍ତି ଦେଇଛି ବୋଲି ସିଦ୍ଧୁ କହିଛନ୍ତି।
Follow Us