କଂଗ୍ରେସ ହାଇକମାଣ୍ଡ୍‌ଙ୍କୁ ସିଦ୍ଧୁଙ୍କ ଚ୍ୟାଲେଂଜ: ଦଳର ଶୀର୍ଷ ନେତା ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହୁଛନ୍ତି

Advertisment
ଏଥର ଆଇପିଏଲରେ ଶୁଣିବାକୁ ମିଳିବ ସିଦ୍ଧୁଙ୍କ କମେଣ୍ଟ୍ରି

Image Courtesy of Zee News

ନୂଆଦିଲ୍ଲୀ : ପଂଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପ୍ରସଙ୍ଗରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତା ରବିବାର ଦିନ ପଂଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ। କଂଗ୍ରେସ ଏଥିପାଇଁ ଲୋକଙ୍କର ମତାମତ ନେଉଛି। କିନ୍ତୁ ସିଦ୍ଧୁ ଆଜି ଏହି ପ୍ରସଙ୍ଗରେ ଦଳୀୟ ନେତୃତ୍ବ ବିରୋଧରେ କଡ଼ା ଟିପ୍ପଣୀ ରଖିଛନ୍ତି।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଥିବା ସିଦ୍ଧୁ କହିଛନ୍ତି, କଂଗ୍ରେସର ଶୀର୍ଷରେ ଥିବା ନେତା ପଂଜାବରେ ଏକ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହାନ୍ତି। ଯାହାଦ୍ବାରା ସେ ସେମାନଙ୍କ କଥାରେ ନାଚି ପାରିବେ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସିଦ୍ଧୁ ତାକୁ ନେଇ ମଧ୍ୟ ଚ୍ୟାଲେଂଜ କରିଛନ୍ତି। କଂ‌ଗ୍ରେସ ଟେଲି ଭୋଟିଂ ପ୍ରକ୍ରିୟା ସଂପୂର୍ଣ୍ଣ ଭୁଲ୍‌ ନିଷ୍ପତ୍ତି ଏବଂ ରାଜ୍ୟର ଲୋକମାନେ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବେ। ପଂଜାବ ବାସିନ୍ଦାଙ୍କୁ ସିଦ୍ଧୁ କହିଛନ୍ତି, ଯଦି ଏକ ନୂଆ ପଂଜାବ ଗଠନ ହେବ ତାହାର ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କ ହାତରେ। ତେଣୁ କୌଣସି ଦୁର୍ବଳ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଲୋକେ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟବାସୀ କଦାପି ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହିବେ ନାହିଁ ଏବଂ ରାଜ୍ୟ ସ୍ବାର୍ଥରେ ସଠିକ୍‌ ପଦକ୍ଷେପ ନେବେ ବୋଲି ସିଦ୍ଧୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe