ସିଡନିରେ ସାଗର ବିମାନ ଦୁର୍ଘଟଣା:କମ୍ପାସ ଗ୍ରୁପ୍‌ ମୁଖ୍ୟଙ୍କ ସମେତ ୬ ମୃତ

Advertisment
ସିଡନିରେ ସାଗର ବିମାନ ଦୁର୍ଘଟଣା:କମ୍ପାସ ଗ୍ରୁପ୍‌ ମୁଖ୍ୟଙ୍କ ସମେତ ୬ ମୃତ

ମେଲବୋର୍ଣ୍ଣ: ଆଜି ନୂଆବର୍ଷ ପାଳନ ଅବସରରେ ସିଡନିର ସୁଗଭୀର ହକ୍ସବରି ନଦୀରେ ଅବତରଣ ବେଳେ ଏକ ସାଗର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିଶ୍ୱର ସର୍ବବୃହତ୍‌ ଖାଦ୍ୟଯୋଗାଣକାରୀ ସଂସ୍ଥା ‘କମ୍ପାସ୍‌’ର ସିଇଓ ରିଚାର୍ଡ କଜିନ୍ସଙ୍କ ସମେତ ୬ଜଣ ପରିବାର ସଦସ୍ୟଙ୍କର ମୃତ୍ୟୁ ଘଟିଛି। ବିମାନଟି ଅବତରଣ କରୁଥିବା ବେଳେ ହଠାତ୍‌ ତଳମୁହାଁ ହୋଇଯାଇଥିଲା ଏବଂ ନଦୀ ମଧ୍ୟକୁ ପଶି ଯାଇଥିଲା। ଏଥିରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଅଟୋମେଟିକ ଲକ୍‌ ସିଷ୍ଟମ ଥିବାରୁ ଏହାର କବାଟ ଖୋଲି ଭିତରୁ ବିପନ୍ନମାନେ ବାହାରି ପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe