ଗତ ୨୪ ଘଣ୍ଟା ମଧ୍ୟରେ ଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା

Advertisment
ଗତ ୨୪ ଘଣ୍ଟା ମଧ୍ୟରେ ଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା

Image Courtesy of India Today

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଦେଶର କେତେକ ସ୍ଥାନରେ ଉଲ୍ଲେଖନୀୟ ପରିମାଣର ବୃଷ୍ଟିପାତ ରେକର୍ଡ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ଓଡ଼ିଶାର ପୁରୀରେ ୧୨ ସେମି, ଗୋପାଳପୁରରେ ୧୦ ସେମି, କେରଳର ତିରୁଅନନ୍ତପୁରମରେ ୮ ସେମି, ପୁନାଲୁର ଏବଂ କୋଚିନରେ ୬ ସେମି ଲେଖାଏଁ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି।

ସେହିପରି  ତାମିଲନାଡୁର କନ୍ୟାକୁମାରୀରେ ୪ ସେମି, ଭାଲପ୍ରାଇରେ ୨ ସେମି, କଡପାରେ ୩ ସେମି, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ କଭାଲିରେ ୬ ସେମି, ନେଲୋର ଏବଂ କଲିଙ୍ଗପଟନମରେ ୪ ସେମି ଲେଖାଏଁ, କାକିନାଡା, ଟୁନି ଏବଂ ବିଶାଖାପଟନମରେ ୨ ସେମି ଲେଖାଏଁ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ଚିତ୍ରାଦୁର୍ଗା ୨ ସେମି ବୃଷ୍ଟିପାତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe