ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିର ସଙ୍କେତ

ଚିନ୍ତା ବଢ଼ାଉଛି କେରଳ: ଏପ୍ରିଲରେ ଚିହ୍ନଟ ହେଲେଣି ୫୪ହଜାର କରୋନା ଆକ୍ରାନ୍ତ

ପୁନେ: ଦୀର୍ଘ ଦିନର ବ୍ୟବଧାନ ପରେ ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିର ସଙ୍କେତ ଦେଖିବାକୁ ମିଳିଛି। ବ୍ରି‌ଟେନରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌ ଉପପ୍ରଜାତି 'ଇଜି.୫.୧' ତଥା ଏରିସ୍‌ ଭାଇରସ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ବିଜେ ମେଡିକାଲ କଲେଜର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଗତ ମେ'ରେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଇଜି.୫.୧ ଚିହ୍ନଟ ହୋଇଥିଲା। କିନ୍ତୁ ୨ ମାସ ବିତିଯାଇଥିଲେ ବି ଜୁନ୍‌ ଏବଂ ଜୁଲାଇରେ ସଂକ୍ରମଣ‌ରେ ସେଭଳି ବୃଦ୍ଧି ହୋଇନାହିଁ। ମହାରାଷ୍ଟ୍ରରେ ଏବେ ଅଧିକାଂଶ ଏକ୍ସବିବି.୧.୧୬ ଏବଂ ଏକ୍ସବିବି.୨.୩ ମାମଲା ଚିହ୍ନଟ ହେଉଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଜୁଲାଇ ଶେଷରେ କରୋନା ସଂକ୍ରମଣ ୭୦ ଥିବାବେଳେ ଅଗଷ୍ଟ ୬ରେ ସଂକ୍ରମଣ ୧୧୫କୁ ବୃଦ୍ଧି ପାଇଛି। ମୁମ୍ବାଇରେ ଏବେ ସକ୍ରିୟ ସଂକ୍ରମଣ ୪୩ ଏବଂ ପୁନେରେ ୩୪। ତେବେ ଜଣେ ବରିଷ୍ଠ ରାଜ୍ୟ ସରକାରୀ ଅଧିକାରୀ କହ‌ିଛନ୍ତି, ବର୍ତ୍ତମାନ ସ୍ଥିତିରେ ସଂକ୍ରମଣ ବୃଦ୍ଧି ହୋଇଛି ବୋଲି ‌କହିହେବନି। ଗୋଟିଏ ସପ୍ତାହ ପାଇଁ ସ୍ଥିତିକୁ ଯାଞ୍ଚ କରାଯିବା ପରେ ଜଣାପଡ଼ିବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସମସ୍ତ ଶ୍ବାସଜନିତ ସଂକ୍ରମଣ ବୃଦ୍ଧି ପାଇଥାଏ। ତେଣୁ ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଉଛି। ଗତ ୩-୪ ଦିନ ଧରି ସଂକ୍ରମଣ ବଢ଼ିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe