Advertisment

ମହଙ୍ଗା ପଡ଼ିଲା ରାସ୍ତାରେ ଖଣ୍ଡା ବୁଲାଇବା,  ଶିଖ ବ୍ୟକ୍ତିଙ୍କୁ ଗୁଳି କଲା ଲସ୍ ଆଞ୍ଜେଲସ୍ ପୁଲିସ , ଭିଡିଓ ଜାରି

Advertisment

ଆମେରିକାର ଲସ୍ ଆଞ୍ଜେଲସରୁ ଏକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଜଣେ ଶିଖ ବ୍ୟକ୍ତି ହଠାତ୍ ରାସ୍ତା ମଝିରେ ନିଜ କାର ଅଟକାଇ 'ଗାଟକା' (ଶିଖଙ୍କ ପାରମ୍ପରିକ ସାମରିକ କଳା) କରୁଥିବା ଏଥିରେ ଦେଖାଯାଉଛି। କିନ୍ତୁ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଗୁଳି କରିଥିଲା ।

ଆମେରିକାର ଲସ୍ ଆଞ୍ଜେଲସରୁ ଏକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଜଣେ ଶିଖ ବ୍ୟକ୍ତି ହଠାତ୍ ରାସ୍ତା ମଝିରେ ନିଜ କାର ଅଟକାଇ 'ଗାଟକା' (ଶିଖଙ୍କ ପାରମ୍ପରିକ ସାମରିକ କଳା) କରୁଥିବା ଏଥିରେ ଦେଖାଯାଉଛି। କିନ୍ତୁ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଗୁଳି କରିଥିଲା ।

sikh

ଲସ୍ ଆଞ୍ଜେଲସ୍ : ଆମେରିକାର ଲସ୍ ଆଞ୍ଜେଲସରୁ ଏକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଜଣେ ଶିଖ ବ୍ୟକ୍ତି ହଠାତ୍ ରାସ୍ତା ମଝିରେ ନିଜ କାର ଅଟକାଇ 'ଗାଟକା' (ଶିଖଙ୍କ ପାରମ୍ପରିକ ସାମରିକ କଳା) କରୁଥିବା ଏଥିରେ ଦେଖାଯାଉଛି। କିନ୍ତୁ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଗୁଳି କରିଥିଲା ।  

 ଏହି ଘଟଣାଟି ଜୁଲାଇ ୧୩ ତାରିଖର ବୋଲି ଜଣାପଡ଼ିଛି ।  ସହରର ଏକ ଗହଳି ଅଂଚଳ କ୍ରିପ୍ଟୋ ଡଟ କମ ଏରିନା ଅଂଚଳରେ ଘଟିଥିଲା। ଶିଖ ବ୍ୟକ୍ତିଜଣକ ସେଠାରେ ପହଞ୍ଚି ଖଣ୍ଡା ବୁଲାଇ ନିଜର ସମର କଳା ପ୍ରଦର୍ଶନ କରୁଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇ ତୁରନ୍ତ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଅସ୍ତ୍ର ତଳେ ରଖିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ କିନ୍ତୁ ସେହି ବ୍ୟକ୍ତି ଜଣକ ଖଣ୍ଡା ଭଳି ଅସ୍ତ୍ରକୁ ବୁଲାଇବା ଜାରି ରଖିଲେ ଏବଂ କେତେବେଳେ ପୋଲିସ ଆଡ଼କୁ ତ କେତେବେଳେ ଯାଉଥିବା ଗାଡ଼ି ଆଡ଼କୁ ଗତି କରିବାକୁ ଲାଗିଲେ। ପୋଲିସର କହିବା ଅନୁଯାୟୀ, ସେ ଏକ ବୋତଲ ଉଠାଇ ପୋଲିସ ଆଡ଼କୁ ଫିଙ୍ଗି ଦେଇଥିଲେ। ଏହା ପରେ ସେ ପୁଲିସ ଆଡ଼କୁ ମଧ୍ୟ ଖଣ୍ଡା ଧରି ଗୋଡ଼ାଇଥିଲା । ଏହା ପରେ ପୁଲିସ ତାଙ୍କ ଉପରେ ଗୁଳି ଚଳାଇଥିଲା ଯାହାପରେ ତାଙ୍କର ମୃତ୍ୟୁ ହୋଇଥିଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe